Uncategorized

ଗୋଟିଏ ପାଳିରେ ୪୨୭ ରନ୍‌, ୩୬୪ ରନ୍‌ର ବିଜୟ

ବୁଏନସ ଏୟାରେସ୍: ମହିଳା ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଶନିବାର ଅନେକ କୀର୍ତ୍ତିମାନ ଦେଖିବାକୁ ମିଳିଛି। ଚିଲି ଓ ଆର୍ଜେଣ୍ଟିନା ମହିଳା ଦଳ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ଏସବୁ କୀର୍ତ୍ତିମାନ ଦେଖିବାକୁ ମିଳିଥିଲା। ଏଠାରେ ଖେଳାଯାଇଥିବା ମ୍ୟାଚ୍‌ରେ ଘରୋଇ ଆର୍ଜେଣ୍ଟିନା ୨୦ ଓଭରରେ ୪୨୭ ରନ୍‌ କରିବା ସହ ୩୬୪ ରନ୍‌ରେ ଚିଲିକୁ ମାତ୍‌ ଦେଇ କୀର୍ତ୍ତିମାନର ଅଧିକାରୀ ହୋଇଛି। ଏପରିକି ଗୋଟିଏ ଓଭରରେ ଏହି ଦଳ ୫୨ ରନ୍‌ ସଂଗ୍ରହ କରି ଆଉ ଏକ କୀର୍ତ୍ତିମାନ ଯୋଡ଼ିଛି। ଚିଲି ବୋଲର୍‌ ଫ୍ଲୋରେନସିଆ ମାର୍ଟିନ୍‌ଜଙ୍କ ଓଭରରେ ଏହି ରନ୍‌ ହୋଇଥିଲା। ମାର୍ଟିନିଜ୍‌ ଏହି ଓଭରରେ ୧୭ଟି ନୋ ବଲ୍‌ ପକାଇଥିଲେ। ପ୍ରଥମେ ବ୍ୟାଟିଂ କରିଥିବା ଆର୍ଜେଣ୍ଟିନାର ଲୁସିଆ ଟେଲର ଓ ଅଲ୍‌ବର୍ତିନା ଗଲାନ ନିଜ ନିଜର ଶତକ ସହ ଓପନିଂ ଭାଗୀଦାରିରେ ୩୫୦ (୧୬.୫ ଓଭର) ରନ୍‌ ଯୋଡ଼ିଥିଲେ।

Related posts

ସୁପର୍ ଓଭରରେ ହରାଇଲା ଅଷ୍ଟ୍ରେଲିଆକୁ ଭାରତ

Odisha Sports Bureau

ସ୍ୱର୍ଣ୍ଣ ଜିତିଥିବା ଅଲମ୍ପିକ୍ସ ଧାବିକାଙ୍କ ପରଲୋକ

ପଦକ ଜିତିଲେ ଫେସବୁକ ପ୍ରତିଷ୍ଠାତା