Uncategorized

୬୭ତମ ସର୍ବଭାରତୀୟ ପୁଲିସ କୁସ୍ତି କ୍ଲଷ୍ଟରରେ ରବିଙ୍କୁ ସ୍ବର୍ଣ୍ଣ

(ଓଡ଼ିଶା ସ୍ପୋର୍ଟ)୬୭ତମ ସର୍ବଭାରତୀୟ ପୁଲିସ କୁସ୍ତି କ୍ଲଷ୍ଟରରେ ଅଲମ୍ପିଆନ କେ ରବିକୁମାର ସ୍ବର୍ଣ୍ଣ ପଦକ ଜିତିଛନ୍ତି। ରାଜସ୍ଥାନର ଜୟପୁରରେ ଚାଲିଥିବା ଖେଳରେ ୮୯ କିଗ୍ରା ଓଜନ ବର୍ଗର ଭାରୋତ୍ତୋଳନରେ ରବିକୁମାର ମୋଟ ୩୦୭ (ସ୍ନାଚରେ ୧୪୨ ଓ ଜର୍କରେ ୧୬୫) କିଗ୍ରା ଭାରଉତ୍ତୋଳନ କରିଥିଲେ। ରବିକୁମାର ବର୍ତ୍ତମାନ ଓଡ଼ିଶା ପୁଲିସରେ ଡିଏସପି ଭାବେ ନିଯୁକ୍ତି ପାଇଥିଲା ବେଳେ ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମିରେ ପ୍ରଶିକ୍ଷଣ ନେଉଛନ୍ତି। ରବିକୁମାରଙ୍କ ଏହି ସଫଳତା ପାଇଁ ପୁଲିସ୍ ମହାନିର୍ଦେଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଅର୍ଜୁନ ପୁରସ୍କାରପ୍ରାପ୍ତ ଭାରୋତ୍ତୋଳକ ରବି କୁମାର ୪ ଦିନ ତଳେ ବିଶାଖାପାଟଣାରେ ଅନୁଷ୍ଠିତ ଜାତୀୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜ ବର୍ଗରେ ମଧ୍ୟ ସ୍ବର୍ଣ୍ଣ ପଦକ ସାଙ୍ଗକୁ ଜାତୀୟ କୀର୍ତ୍ତିମାନ ନିଜ ନାମରେ କରିଥିଲେ। ସେଥିରେ ସେ ମୋଟ ୩୪୨ (ସ୍ନାଚ୍ରେ ୧୫୦ ଓ କ୍ଲିନ୍ ଆଣ୍ଡ ଜର୍କରେ ୧୯୨) କେଜି ଭାରୋତ୍ତୋଳନ କରିଥିଲେ।

Related posts

ନୋଭାକ ଜୋକୋଭିଙ୍କୁ ୨୪ତମ ଗ୍ରାଣ୍ଡସ୍ଲାମ

Odisha Sports Bureau

ପ୍ୟାରିସ ଅଲିମ୍ପିକ୍ସରେ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଛି ଚାଇନା

Odisha Sports Bureau

ସ୍ୱର୍ଣ୍ଣ ଜିତିଥିବା ଅଲମ୍ପିକ୍ସ ଧାବିକାଙ୍କ ପରଲୋକ