Cricket

ପାକିସ୍ତାନ ବିଶ୍ୱକପ ଖେଳିବ : ଆଇସିସି

(ଓଡ଼ିଶା ସ୍ପୋର୍ଟ) ପୁଲୱାମା ଆକ୍ରମଣକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ବିବାଦର ଆସିଛି ବଡ ନିଷ୍ପତ୍ତି । ଆତଙ୍କବାଦୀ ଆକ୍ରମଣରେ ୪୦ ଯବାନ ସହିଦ ହେବା ପରେ ପାକିସ୍ତାନ ସହ ସମ୍ପର୍କ ବିଚ୍ଛିନ୍ନ କରିବା ପାଇଁ ନିଷ୍ପତ୍ତି ନେଇଥିଲା ଭାରତ । ଆଉ ଏଥିପାଇଁ ୨୦୧୯ ବିଶ୍ୱକପରେ ପାକିସ୍ତାନ ସହ ଖେଳାଯିବ ମ୍ୟାଚକୁ ବାତିଲ କରିବା ସହ ପାକିସ୍ତାନକୁ ବିଶ୍ୱକପରୁ ବାଦ ଦେବା ପାଇଁ ଆଇସିସିକୁ ଚିଠି ଲେଖିଥିଲା ବିସିସିଆଇ । ତେବେ ବିସିସିଆଇର ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଛି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ । ଆଇସିସି ପକ୍ଷରୁ କୁହାଯାଇଛି ଯେ, ଏଭଲି ମାମଲାରେ ଆଇସିସିର କୌଣସି ସମ୍ବନ୍ଧ ନାହିଁ । ଏବଂ କୌଣସି ଦେଶକୁ ବିଶ୍ୱକପରୁ ବହିଷ୍କାର କରିବା ପାଇଁ କୌଣସି କ୍ରିକେଟ ପରିଷଦ ଦାବି କରିପାରିବ ନାହିଁ । ଆଇସିସିର ଏଭଳି କିଛି ନିୟମ ନଥିବା ସ୍ପଷ୍ଟ କରିଛନ୍ତି ଆଇସିସି ଚେୟାରମ୍ୟାନ୍ ।
ଏବେ ଅପେକ୍ଷା ଆସନ୍ତା ଜୁନ ମାସ ୧୬ ତାରିଖକୁ । ଯେତେବେଳେ ବିଶ୍ୱକପରେ ମୁହାଁମୁହିଁ ହେବେ ବିଶ୍ୱର ଦୁଇ ପ୍ରମୁଖ ପାରମ୍ପରିକ ପ୍ରତିଦ୍ୱନ୍ଦି ଦଳ ଭାରତ ଏବଂ ପାକିସ୍ତାନ । ଦୁଇ ଦେଶ ମଧ୍ୟରେ ଆତଙ୍କବାଦକୁ ନେଇ ବିବାଦ ତ୍ରୀବ ରୂପ ନେଇଥିବା ବେଳେ, ଏଭଳି ପରିସ୍ଥିତିରେ ଦୁଇ ଦେଶ ମଧ୍ୟରେ ହେବାକୁ ଥିବା କ୍ରିକେଟ୍ ଲଢେଇ ବହୁତ୍ୱ ଗୁରୁତ୍ୱ ରଖୁଛି ।

Related posts

ଆଫଗାନିସ୍ତାନ ବିପକ୍ଷ ସେମିଫାଇନାଲରେ ବୈଭବ 68 ରନର ଦ୍ରୁତ ଇନିଂସ ଖେଳିଥିଲେ

Odisha Sports Bureau

ସିଏସକେର ବିଜୟ ପରେ ବିରାଟ ଜାଡେଜାଙ୍କୁ ଚାମ୍ପିଅନ୍ କହିଲେ କୋହଲି ବୋଲି ଧୋନିଙ୍କୁ ଜଣାଇଲେ ବିଶେଷ ଅଭିନନ୍ଦନ

ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ଟିମ୍ ଇଣ୍ଡିଆର ଓପନର ଅଭିଷେକ ଶର୍ମା…