Cricket

ରେକର୍ଡ଼ର ଅନ୍ୟ ଏକ ପୃଷ୍ଠା ଯୋଡ଼ିଲେ କ୍ରିସ ଗେଲ

(ଓଡ଼ିଶା ସ୍ପୋର୍ଟ) କ୍ରିସ ଗେଲ କ୍ରିକେଟ ଜଗତରେ ସୃଷ୍ଟି କରିଛନ୍ତି ଏକ ନୂଆ ରେକର୍ଡ ।ଗତକାଲି ରାତିରେ ଛକା ର ବର୍ଷା କରି ଇତିହାସ ରଚିଛନ୍ତି ଗେଲ । ତେବେ ଏହା ପୂର୍ବରୁ ଗେଲ୍ ୨୦୧୫ ବିଶ୍ୱକପରେ ମୋଟ୍ ୬ଟି ଇନିଂସରେ ୨୬ଟି ଛକା ମାରିଥିଲେ । ୨୦୧୩ରେ ଅଷ୍ଟ୍ରେଲିଆ ବିପକ୍ଷରେ ହିଟ୍ ମ୍ୟାନ୍ ରୋହିତ ଶର୍ମା ୬ଟି ଇନିଂସରେ ୨୩ଟି ଛକା ମାରିଥିଲେ ।
୩୯ ବର୍ଷୀୟ ଏହି ୱେଷ୍ଟଇଣ୍ଡିଜ ଖେଳାଳୀ ଇଂଲଣ୍ଡ ବିପକ୍ଷରେ ଗ୍ରାସ୍ ଆଇଲେଟ ଠାରେ ଖେଳାଯାଇଥିବା ସିରିଜର ଅନ୍ତିମ ଦିନିକିଆ ମୁକାବିଲାରେ ମାତ୍ର ୨୭ଟି ବଲରେ ୭୭ରନ ସଂଗ୍ରହ କରିଛନ୍ତି । ଯେଉଁଥିରେ ସେ ୯ଟି ବିଶାଳ ଛକା ମାରିଥିଲେ । ଏହା ସହ ଦମଦାର ବ୍ୟାଟିଂ କରି ନିଜ ରେକର୍ଡକୁ ନିଜେ ପଛରେ ପକାଇଛନ୍ତି ।
ଆଇସିସି ଦିନିକିଆ ର୍ୟାଙ୍କିଙ୍ଗରେ ନମ୍ବର ୧ ଟିମ ଇଂଲଣ୍ଡ ବିପକ୍ଷରେ ୫ ଟିକିଆ ସିରିଜରେ ୪ଟି ଇନିଂସରେ ସେ ମୋଟ ୩୯ଟି ଛକା ମାରିଛନ୍ତି । ସୂଚନା ଅନୁଯାୟୀ, କ୍ରିକେଟ୍ ଜଗତରେ ଯେକୌଣସି ଫର୍ମାଟରେ ଆଜି ପର୍ୟ୍ୟନ୍ତ କେହି ହେଲେ ବି ଖେଳାଳୀ ଏତେ ଛକା ମାରିନାହାନ୍ତି ।

Related posts

ପିଙ୍କ ବଲ ଓଜନିଆ: ବିରାଟ

Odisha Sports Bureau

ଶାହଦତ ହୋସେନଙ୍କୁ ୫ ବର୍ଷ ବାସନ୍ଦ

Odisha Sports Bureau

ଭାରତ-ଦକ୍ଷିଣ ଆଫ୍ରିକା ୪ର୍ଥ ଟି-୨୦ ମ୍ୟାଚ: ସିରିଜ ବିଜୟ ଲକ୍ଷରେ ଟିମ ଇଣ୍ଡିଆ

Odisha Sports Bureau