Mrathon Uncategorized

ସ୍ୱର୍ଣ୍ଣ ଜିତିଥିବା ଅଲମ୍ପିକ୍ସ ଧାବିକାଙ୍କ ପରଲୋକ

ଅଲିମ୍ପିକ୍ସ ମେଡାଲିଷ୍ଟ ରହିଥିବା ଆମେରିକାର ସ୍ପ୍ରିଣ୍ଟର ଓ ଲଙ୍ଗ ଜମ୍ପ ଖେଳାଳି ଟୋରି ବୋଇଙ୍କ ମାତ୍ର ୩୨ବର୍ଷରେ ପରଲୋକ ହୋଇଛି। ଟୋରିଙ୍କ ଏଭଳି ଆକସ୍ମିକ ମୃତ୍ୟୁ ଖେଳ ଦୁନିଆକୁ ସ୍ତବ୍ଧ କରି ଦେଇଥିବା ବେଳେ ଅନେକ ଷ୍ଟାର ଖେଳାଳି ଏହି ଦୁଃଖଦ ଘଟଣାକୁ ନେଇ ଶୋକବ୍ୟକ୍ତ କରିଛନ୍ତି। ଆମେରିକାର ଆଥଲେଟିକ୍ସ ଫେଡରେସନ ଓ ଟୋରିଙ୍କ ମ୍ୟାନେଜମେଣ୍ଟ ଏଜେନ୍ସି ପକ୍ଷରୁ ଏହି ଦୁଃଖଦ ଘଟଣା ସମ୍ପର୍କରେ ସୂଚନା ମିଳିଥିଲା। ଟୋରିଙ୍କ ମୃତଦେହ ତାଙ୍କ ଫ୍ଲୋରିଡାର ଓଲାଣ୍ଡୋ ସ୍ଥିତ ବାସଭବନରୁ ମିଳିଛି। ରିପୋର୍ଟ ଲେଖାହେଲା ପର୍ୟ୍ୟନ୍ତ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନଥିଲା।
ସୂଚନାଯୋଗ୍ୟ, ୨୦୧୬ ରିଓ ଅଲିମ୍ପିକ୍ସରେ ଟୋରି ୩ଟି ପଦକ ଜିତିଥିଲେ। ସେ ୧୦୦ ମିଟର ରିଲେରେ ରୌପ୍ୟ ଓ ୨୦୦ ମିଟର ଦୌଡ଼ରେ ବ୍ରୋଞ୍ଜ ଓ ୪୦୦ ମିଟର ରିଲେରେ ସ୍ୱର୍ଣ୍ଣ ପଦକ ଜିତିଥିଲେ।
ସେହିପରି ୨୦୧୭ ବିଶ୍ୱ ଚମ୍ପିଆନସିପରେ ସେ ୧୦୦ ମିଟର ଦୌଡ଼ରେ ବିଶ୍ବ ଚମ୍ପିଆନ ବି ହୋଇଥିଲେ। ୨୦୧୧ପରେ ଟୋରି ଆମେରିକା ପ୍ରଥମ ଖେଳାଳି ଥିଲେ ଯିଏକି ବିଶ୍ବ ଚମ୍ପିଆନସିପରେ ସ୍ବର୍ଣ୍ଣ ଜିତିଥିଲେ।

Related posts

ମୁହଁ ଖୋଲିଲେ ରବିଚନ୍ଦ୍ରନ ଅଶ୍ୱିନ

Odisha Sports Bureau

surjit baba

ସୁଟିଂ ବିଶ୍ୱକପ୍ରେ ଭାରତକୁ ସ୍ୱର୍ଣ୍ଣ