Cricket

ଚଳିତ ଆଇପିଏଲରେ ନୂଆ ରେକର୍ଡ

ନୂଆଦିଲ୍ଲୀ: ଚଳିତ ଆପିଏଲକୁ ସବୁବେଳେ କିଛନା କିଛି ନୂଆ ରେକର୍ଡ ସାମ୍ନାକୁ ଆସୁଛି ।ଏବେ ପୁଣି ଏକ ନୂଆ ରେକର୍ଡ ସାମନାକୁ ଆସିଛି ତହା ହେଉଛି ୨୦୦+ ସ୍କେର କରିଛି ।ଯାହାକି ଆଇପିଏଲ ଇତିହାସରେ ସବୁ ରେକର୍ଡ ଭାଙ୍ଗି ଦେଇଛି । ଚଳିତ ଆଇପିଏଲ୍ରେ ମୋଟ ୪୬ ମ୍ୟାଚ୍ ଶେଷ ହୋଇଯାଇଥିଲା ବେଳେ ସେଥିରୁ ୨୩ ମ୍ୟାଚ୍ରେ ୨୦୦+ ସ୍କୋର୍ ଦେଖିବାକୁ ମିଳିଛି। ଯାହାକି ଆଇପିଏଲ୍ ଇତିହାସରେ କୌଣସି ଗୋଟିଏ ସିଜିନରେ ସର୍ବାଧିକ ରେକର୍ଡ। ଚଳିତ ଆପିଏଲରେ ଏପର୍ୟ୍ୟନ୍ତ ଖେଳାଯାଇସରିଥିବା ୪୬ ମ୍ୟାଚ୍ରେ ସ୍କୋରିଂ ରେଟ୍ ୮.୯୧ରୁ ଅଧିକ ରହିଛି। ଯାହାକି ୨୦୧୮ ର ପୂର୍ବ ସ୍କୋରିଂ ରେଟ୍ ୮.୬୪ ରେକର୍ଡକୁ ଭାଙ୍ଗି ଦେଇଛି। ଏଥି ସହିତ ଏଥର ଆଇପିଏଲ୍ ଶେଷ ପରେ ଏକ୍ଷେତ୍ରରେ ଏକ ନୂଆ ରେକର୍ଡ ପ୍ରତିଷ୍ଠା ହେବାର ସମ୍ଭାବନା ଦେଖାଦେଇଛି।ଚଳିତ ସଂସ୍କରଣରେ ଏପର୍ୟ୍ୟନ୍ତ ୨୩ ମ୍ୟାଚ୍ରେ ୨୦୦+ ସ୍କୋର୍ ହୋଇସାରିଥିଲା ବେଳେ ସେଥିରୁ ୧୦ ମ୍ୟାଚ୍ରେ ଉଭୟ ଦଳ ୨୦୦+ ସ୍କୋର୍ କରିଛନ୍ତି।ତେବେ ଏଭଳି ସଂଭବ ହୋଇଛି କାରଣ ଚଳିତ ଆଇପିଏଲର ଖେଳାଳି ନିୟମ ପ୍ରଚଳିତ ହେବାରୁ ଦଳଗତ ସ୍କୋର୍ ଏବଂ ରନ୍ ରେଟ୍ ନୂଆ ସ୍ତର ଛୁଇଁପାରିଛି ବୋଳଇ ଦ୍ଦିଗଜ କ୍ରିକେଟର ଭାରତୀୟ ସ୍ପିନର ଅନିଲ କୁମ୍ବଲେ କହିଛନ୍ତି ।

Related posts

ଭାରତର ବଡ଼ ବିଜୟ, ଅନେକ ପ୍ରଚେଷ୍ଟା ପରେ ବି ଜିତିପାରିଲାନି ବାଂଲାଦେଶ

Odisha Sports Bureau

ମ୍ୟାଚ ମଝିରେ ରୋହିତଙ୍କୁ କୁଣ୍ଢାଇ ପକାଇଲେ ଫ୍ୟାନ

Odisha Sports Bureau

ଭାରତୀୟ ଦୃଷ୍ଟିହୀନ କ୍ରିକେଟ ଦଳରେ ଓଡ଼ିଆ ପୁଅ

Odisha Sports Bureau