Uncategorized

ବିଶ୍ୱ ଯୁବ ଦକ୍ଷତା ଦିବସ ଅବସରରେ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏକ ସ୍ୱତନ୍ତ୍ର ଗଣଦୌଡ଼ ଅନୁଷ୍ଠିତ ।

ଆଜି ବିଶ୍ୱ ଯୁବ ଦକ୍ଷତା ଦିବସ ଅବସରରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏକ ସ୍ୱତନ୍ତ୍ର ଗଣଦୌଡ଼ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ମାନନୀୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମନ୍ତ୍ରୀ ଶ୍ରୀ ସମ୍ପଦ ସ୍ବାଇଁ , ମାନ୍ୟବର କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଙ୍କ ସହ ଅନେକ ଯୁବବନ୍ଧୁ ଏଥିରେ ସାମିଲ ହୋଇଥିଲେ । ଆମର ଯୁବପିଢ଼ି ହେଉଛନ୍ତି ରାଜ୍ୟର ପ୍ରକୃତ ସମ୍ପଦ ।

 

ସେମାନଙ୍କର ଉନ୍ନତ କାର୍ଯ୍ୟଦକ୍ଷତା, ଶାରୀରିକ ସୁସ୍ଥତା ଏବଂ ସୃଜନଶୀଳ ଚିନ୍ତାଧାରା ହିଁ ଆଗାମୀ ଦିନରେ ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶାର ଭିତ୍ତିଭୂମି ସ୍ଥାପନ କରିବ । ରାଜ୍ୟର ଯୁବ ସମାଜକୁ ଅଶେଷ ଶୁଭେଚ୍ଛା ଜଣାଇଛନ୍ତି ମାନ୍ୟବର ଦୁଇ ମନ୍ତ୍ରୀ ।

Related posts

କାନସାସରେ ପୁରୁଷ ହାଇଜମ୍ପ ଟାଇଟଲ ଜିତିଲେ ତେଜସ୍ୱିନ ଶଙ୍କର

Odisha Sports Bureau

ଟି୨୦ ବିଶ୍ୱକପ ପୂର୍ବରୁ ଆମେରିକା କ୍ରିକେଟ ଦଳକୁ ବଡ଼ ଝଟକା

Odisha Sports Bureau

ଆସନ୍ତା ୯ରୁ ଜାତୀୟ ଭାରୋତ୍ତୋଳନ ଚାମ୍ପିଅନ୍‌ସିପ୍‌

Odisha Sports Bureau