Uncategorized

ସ୍ୱଦେଶ ଫେରିଲେ ଭାରତୀୟ ହକି ଦଳ

ଭାରତୀୟ ହକି ଟିମ ଲଗାତାର ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତିଛି । ଭାରତୀୟ ହକି ଟିମ କାଂସ୍ୟ ପଦକ ଜିତିବା ପରେ ସମଗ୍ର ଦେଶରେ ସେଲିବ୍ରେସନ ମାହୋଲ ରହିଛି । ହକି ଟିମ ଫେରିବା ପରେ ଦିଲ୍ଲୀ ବିମାନବନ୍ଦରାୀ ଭବ୍ୟ ସ୍ୱାଗତ କରାଯାଇଥିଲା । ଖେଳାଳିଙ୍କୁ ଢୋଲ ବଜାଇ , ମାଳ ପିନ୍ଧାଇ ସ୍ୱାଗତ କରାଯାଇଥିଲା । ଟିମର ଅଧିନାୟକ ରୋହତପ୍ରୀତ ସିଂ କହିଛନ୍ତି , ପଦକ ଯାହା ବି ହେଉ ଦେଶ ପାଇଁ ଜିତିବା ବଡ କାମ । ଆମେ ସ୍ୱର୍ଣ୍ଣ ଜିତିବା ପାଇଁ ସ୍ୱପ୍ନ ଦେଖିଥିଲୁ କିନ୍ତୁ ଏହି ସ୍ୱପ୍ନ ପୁରା ହୋଇ ପରିଲା ନାହିଁ । କିନ୍ତୁ ଆମେ ଖାଲି ହାତରେ ଆସିନାହୁଁ । ଲଗାତାର ଦୁଇଟି କାଂସ୍ୟ ପଦକ ଜିତିଛୁ । ଆମକୁ ଯେଉଁ ଭଲପାଇବା ମିଳିଛି ତାହା ଆମ ଦାୟିତ୍ୱକୁ ବଢାଇ ଦେଇଛି । ଆମେ ଦେଶ ପାଇଁ ପୁଣିଥରେ ସ୍ୱର୍ଣ୍ଣ ପଦକ ଆଣିବା କୁ ଚେଷ୍ଟା କରିବୁ ।
ଅଲିମ୍ପିକ୍ସରେ ଟିମ ଜିତିବା ପରେ ମଧ୍ୟପ୍ରଦେଶ ସରକାର ଖେଳାଳି ବିବେକ ସାଗର ପ୍ରସାଦଙ୍କୁ ୧ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ । ସେହିପରି ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ମାଝି ମଧ୍ୟ ବିବେକ ସାଗରଙ୍କ ସହିତ କଥା ହୋଇଥିଲେ । ଏହାସହ ଭାରତୟ ହକି ଖେଳାଳିଙ୍କ ପାଇଁ ପୁରସ୍କାର ଘୋଷଣା କରିଛନ୍ତି । ବିଜୟୀ ହେବା ପରେ ହକି ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇବା ସହ ଓଡିଶା ଆସିବାକୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Related posts

IWF ବିଶ୍ୱ ଯୁବ ଚାମ୍ପିଅନସିପ୍ ୨୦୨୪ରେ ଓଡ଼ିଆ ଝିଅଙ୍କ ଚମକ

ସରସ୍ବତୀ ବିଦ୍ୟା ମନ୍ଦିରରେ ୩୪ତମ ରାଷ୍ଟ୍ରୀୟ ଖେଳକୁଦ ସମାରୋହ ଉଦଯାପିତ

Odisha Sports Bureau

ପ୍ୟାରିସ ଅଲିମ୍ପିକ୍ସରେ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଛି ଚାଇନା

Odisha Sports Bureau