Uncategorized

ସରିଲା ବିଶ୍ୱ କ୍ରୀଡ଼ା ମହାକୁମ୍ଭ , ସବୁଠାରୁ ଅଧିକ ପଦକ ଜିତିଲା ଆମେରିକା 

ଶେଷ ହେଲା ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪  । ରଙ୍ଗାରଙ୍ଗ ପରିବେଶରେ ଅନୁଷ୍ଠିତ ହେଲା ପ୍ୟାରିସ୍ ଅଲିମ୍ପିକ୍ସ ଉଦଯାପନୀ ସମାରୋହ।  । ଭାରତର ଧ୍ୱଜା ଧରିଲେ ଡବଲ୍ ମେଡାଲଧାରୀ ମନୁ ଭାକର ଏବଂ ହକି ଷ୍ଟାର୍ ପିଆର୍ ଶ୍ରୀଜେଶ। ଚଳିତ ବର୍ଷର ପ୍ୟାରିସ୍ ଅଲିମ୍ପିକ୍ସ ଭାରତ ପାଇଁ ଏକ ମିଶ୍ରିତ ଅନୁଭୂତି ଥିଲା  । ଭାରତ ହାତକୁ ମୋଟ ୬ ଟି ପଦକ ଆସିଚି, ଯେଉଁଥିରେ ୫ ଟି ବ୍ରୋଞ୍ଜ ଏବଂ ୧ ଟି ରୌପ୍ୟ ରହିଛି। ଏଥର ଭାରତ ସ୍ୱର୍ଣ୍ଣ ପଦକ ପାଇପାରି ନାହିଁ। ଏଥର ମେଡାଲ ଆଣିବାରେ ଭାରତ ଦୁଇଗୁଣ ଅତିକ୍ରମ କରିବ ବୋଲି ଆଶା କରାଯାଉଥିଲା, କିନ୍ତୁ ତାହା ହୋଇପାରିଲା ନାହିଁ।

ଫ୍ରାନ୍ସ ରାଜଧାନୀ ପ୍ୟାରିସରେ ଗତ ୧୭ ଦିନ ଧରି ଚାଲିଥିବା ବିଶ୍ୱର ଏହି ସବୁଠୁ ବଡ଼ କ୍ରୀଡା ଉତ୍ସବ ଜୁଲାଇ ୨୬ରେ ଆରମ୍ଭ ହୋଇଥିଲା। ଏଥିରେ ଭାରତର ୧୧୨ ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ। ଦୁଇ ସପ୍ତାହର ଘମାଘୋଟ କ୍ରୀଡ଼ା ଲଢ଼େଇ ପରେ ଆମେରିକା ପୁଣି ଥରେ ପଦକ ତାଲିକାର ପ୍ରଥମ ସ୍ଥାନ ଅଧିକାର କରିଥିଲା ବେଳେ ଭାରତ ୪୮ରୁ ୭୧ତମ ସ୍ଥାନକୁ ଖସିବା ଭାରତୀୟ କ୍ରୀଡ଼ାପ୍ରେମୀଙ୍କୁ କିଛିଟା ନିରାଶ କରିଛି। ହେଲେ ଖେଳାଳିଙ୍କ ଲଢ଼ୁଆ ପ୍ରଦର୍ଶନ ୨୦୨୮ ଲସ୍ଏଞ୍ଜେଲ୍ସ ଅଲିମ୍ପିକ୍ସରେ ଭାରତ ଆହୁରି ଭଲ କରିବାର ଆତ୍ମବିଶ୍ବାସ ଜାଗ୍ରତ ହୋଇଛି।

ଭାରତକୁ ଜାଭେଲିନ ଥ୍ରୋ’ରେ ନୀରଜ ଚୋପ୍ରା ଏକ ମାତ୍ର ରୌପ୍ୟ ପଦକ ହାସଲ କରିଥିବା ବେଳେ, ସୁଟିଂରୁ ସର୍ବାଧିକ ୩ଟି ଏବଂ ହକି ଓ କୁସ୍ତିରେ ଗୋଟିଏ ଲେଖାଏଁ ବ୍ରୋଞ୍ଜ ପଦକ ମିଳିଛି।

 

 

Related posts

ସୁପର୍ ଓଭରରେ ହରାଇଲା ଅଷ୍ଟ୍ରେଲିଆକୁ ଭାରତ

Odisha Sports Bureau

କିଏ ହେବ ଆଇସିସି ମହିଳା ଦିନିକିଆ ବିଶ୍ୱକପ୍ ୨୦୨୫ର ନୂତନ ଚାମ୍ପିଅନ ?

Odisha Sports Bureau

Research Papers For Sale

surjit baba