Uncategorized

‘ନିରଜ ଚୋପଡା ନିଜ ପସନ୍ଦର ଝିଅଙ୍କୁ କରିବେ ବିବାହ’

ପ୍ୟାରିସ ଅଲମ୍ପିକ୍ସରେ ଚଳିତ ଥର ଭାରତୀୟ ଆଥଲେଟ ନିରଜ ଚୋପଡା ସିଲଭର ଜିତିବା ପରେ ତାଙ୍କ ମା ନିରଜଙ୍କ ସମ୍ପର୍କରେ ଏକ ବଡ ବୟାନ ଦେଇଛନ୍ତି । ନିରଜଙ୍କ ମା ସରୋଜ ଦେବୀ କହିଛନ୍ତି କି, ସେ ଚାହୁଁଛନ୍ତି ନିରଜ ଶୀଘ୍ର ବିବାହ କରନ୍ତୁ, କିନ୍ତୁ ନିରଜ ଏବେ ରାଜି ନାହାନ୍ତି ବିବାହ କରିବାକୁ । ଏବେ ସେ ଦେଶ ପାଇଁ କାମ କରିବାକୁ ଚାହୁଁଛନ୍ତି । ତେବେ ନିରଜଙ୍କ ମା କହିଛନ୍ତି କି, ନିରଜ ନିଜ ପସନ୍ଦର ଝିଅ ସହ ବିବାହ କରିବେ । ଯଦି କୌଣସି ଝିଅଙ୍କୁ ନିରଜ ପସନ୍ଦ କରନ୍ତି, ତେବେ ମାଆଙ୍କର ଏଥିରେ କୌଣସି ଆପତ୍ତି ରହିବ ନାହିଁ, ଏପରି ଅନୁମାନ କରାଯାଉଛି ତାଙ୍କ ବୟାନକୁ ନେଇ ।
ପ୍ୟାରିସ ଅଲମ୍ପିକ୍ସ ୨୦୨୪ରେ ନିରଜ ପାକିସ୍ତାନର ଅରଶଦ ନଦୀମଙ୍କଠାରୁ ପରାସ୍ତ ହୋଇଛନ୍ତି । ଅରଶଦ ୯୨.୯୭ ମିଟର ଜାଭଲିନ ପକାଇ ଗୋଲ୍ଡ ମେଡାଲ ନିଜ ନାମରେ କରି ଦେଇଛନ୍ତି । ଯେତେବେଳେ କି ନିରଜ ୮୯.୪୫ ମିଟର ଦୂରତା ଅତିକ୍ରମ କରିପାରିଛନ୍ତି । ଏଥିରେ ନିରଜ ସିଲଭର ପଦକ ହାତେଇ ନେଇଛନ୍ତି । ତେବେ ଗୋଲଡେନ ବୟ ଭାବେ ପରିଚିନ ଚଳିତ ଥର ମଧ୍ୟ ଗୋଲ୍ଡ ପଦକ ହାତେଇବେ ବୋଲି ଦେଶବାସୀ ଆଶା ରଖିଥିଲେ । କିନ୍ତୁ ଏହା ସମ୍ଭବ ନ ହେବାରୁ ଦେଶର ୧୫୦ କୋଟି ଜନତା ନିରୁତ୍ସାହିତ ହୋଇଛନ୍ତି । ହେଲେ ଅଲମ୍ପିକ ପୂର୍ବରୁ ନିରଜ ଅସୁସ୍ଥ ଥିବା କାରଣରୁ ସେ ସ୍ୱର୍ଣ୍ଣ ପଦକରୁ ସାମାନ୍ୟ ବିଫଳ ହୋଇଥିବା କୁହାଯାଉଛି ।

Related posts

ଆସନ୍ତା ଶିକ୍ଷା ବର୍ଷରୁ ବିଦ୍ୟାଳୟ ପାଠ୍ୟକ୍ରମରେ ସ୍ଥାନ ପାଇବ କ୍ରୀଡା ବିଷୟବସ୍ତୁ

Odisha Sports Bureau

ବେଲଜିଆନ ଗ୍ରାଁପ୍ରିରେ ମ୍ୟାକ୍ସ ଭର୍ଷ୍ଟାପେନ ଚାମ୍ପିଅନ୍

Odisha Sports Bureau

ରାଷ୍ଟ୍ରୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି

Odisha Sports Bureau