Cricket

ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ବ୍ରୋଞ୍ଜ ପଦକ

ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ବ୍ରୋଞ୍ଜ ପଦକ । ୫୭ କେଜି ରେସଲିଂରେ ବ୍ରୋଞ୍ଜ ଜିତିଲେ ଅମନ ଶେରାୱତ । ପ୍ୟାରିସରେ ପ୍ରଥମ ଭାରତୀୟ କୁସ୍ତିଯୋଦ୍ଧା ଭାବେ ପଦକ ଜିତିଲେ ଅମନ  । ପ୍ୟାରିସ ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୬କୁ ବୃଦ୍ଧି ।

ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ରେ ଭାରତ ୬ ଟି ପଦକ ଜିତିଛି, ସେଥିମଧ୍ୟରୁ ପାଞ୍ଚଟି ବ୍ରୋଞ୍ଜ ଏବଂ ଗୋଟିଏ ରୌପ୍ୟ । ସର୍ବପ୍ରଥମେ ମନୁ ଭାକର ୧୦ ମିଟର ଏୟାର ପିସ୍ତଲରେ ବ୍ରୋଞ୍ଜ ପାଇଥିଲେ । ତା’ପରେ ମଧ୍ୟ ମନୁ ଭାକର ମିଶ୍ରିତ ଦଳ ଇଭେଣ୍ଟରେ ଦ୍ୱିତୀୟ ବ୍ରୋଞ୍ଜ ପାଇଥିଲେ। ସରବଜୋତ ସିଂ ମଧ୍ୟ ତାଙ୍କ ସହ ଦଳରେ ଥିଲେ। ପୁରୁଷ ୫୦ ମିଟର ରାଇଫଲ ତିନୋଟି ପୋଜିସନ୍ ସୁଟିଂରେ ସ୍ୱପ୍ନିଲ୍ କୁସାଲେ ତୃତୀୟ ବ୍ରୋଞ୍ଜ ପଦକ ଜିତିଛନ୍ତି । ତା’ପରେ ହକି ଦଳ ବ୍ରୋଞ୍ଜ ପଦକ ଏବଂ ନୀରଜ ଚୋପ୍ରା ରୌ ପ୍ୟ ପଦକ ଜିତିଥିଲେ। ବର୍ତ୍ତମାନ ଅମନ ପ୍ୟାରିସରେ ପୁଣି ତ୍ରିରଙ୍ଗା ଲହରେଇଛନ୍ତି ।

Related posts

ବାଂଲାଦେଶ ଟୁର ପାଇଁ ବିସିସିଆଇର ଟିମ୍ ଘୋଷଣା, ବାଦ ପଡ଼ିଛନ୍ତି ଷ୍ଟାର ଖେଳାଳି

ହାର୍ଦ୍ଦିକଙ୍କୁ ଲାଗିଲା ଝଟକା, ଗିଲ ହିଁ ରହିବେ ଟିମ୍‌ର କ୍ୟାପଟେନ

Odisha Sports Bureau

ବିଜୟ ହଜାରେ ଟ୍ରଫିରେ ନିଜର ଚମତ୍କାର ପ୍ରଦର୍ଶନ କରିଛନ୍ତି ରିଙ୍କୁ ସିଂହ

Odisha Sports Bureau