Uncategorized

୧୬ରେ ଏସ୍ଏସ୍ଆଇ ସ୍ପୋଟ୍ସ ସାଇନ୍ସ ସମ୍ମିଳନୀ ;ଯୋଗଦେବେ ଭାରତର କ୍ରୀଡ଼ା ବିଜ୍ଞାନ ବିଶେଷଜ୍ଞ

ଭୁବନେଶ୍ୱର : ସ୍ପୋଟ୍ସ ସାଇନ୍ସ ଇଣ୍ଡିଆ ଆନୁକୂଲ୍ୟରେ ଆସନ୍ତା ୧୬ ତାରିଖରେ କଳିଙ୍ଗ ଷ୍ଟାଡ଼ିୟମ୍‌ରେ ଏସ୍‌ଏସ୍‌ଆଇ ସ୍ପୋଟ୍ସ ସାଇନ୍ସ କନକ୍ଲେଭ ଅନୁଷ୍ଠିତ ହେବ । କାର୍ଯ୍ୟକ୍ରମରେ ଭାରତର କ୍ରୀଡ଼ା ବିଜ୍ଞାନ ବିଶେଷଜ୍ଞ ଓ ଡ଼ାକ୍ତର ଯୋଗଦେଇ ବିଭିନ୍ନ ଦିଗ ଉପରେ ଆଲୋଚନା କରିବେ ବୋଲି ସ୍ପୋଟ୍ସ ସାଇନ୍ସ ଇଣ୍ଡିଆର ପ୍ରତିଷ୍ଠାତା ତଥା ସ୍ପୋଟ୍ସ ସର୍ଜନ ଡ଼. ସାର୍ଥକ ପଟ୍ଟନାୟକ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଡ଼. ପଟ୍ଟନାୟକ କହିଲେ ଯେ ଏହି ସମ୍ମିଳନୀରେ କ୍ରୀଡ଼ା ଦୁନିଆର ସର୍ବୋମ ଦୁଇଟି କ୍ରୀଡ଼ା ଓ ଚିକିତ୍ସା ବିଜ୍ଞାନକୁ ଏକତ୍ର କରିବ । ବିଶେଷ କରି ଗୋଟେ ଛାତ ତଳେ ଓଡ଼ିଶାରେ ତୃଣମୂଳ କ୍ରୀଡ଼ାକୁ ମଜବୁତ୍ କରିବାକୁ ବିଶେଷଜ୍ଞମାନେ ମତବିନିମୟ କରିବେ । ଦିନତମାମ ସମ୍ମିଳନୀରେ ଆଘାତ ନିବାରଣ, କ୍ରୀଡ଼ା ବିଜ୍ଞାନ ଓ ପୁର୍ନବାସ ଉପରେ ବିଭିନ୍ନ ଅଧିବେଶନ କରାଯିବ । କେନ୍ଦ୍ର ଓ ରାଜ୍ୟ ସରକାର କ୍ରୀଡ଼ା ଉପରେ ଅଧିକ ଗୁରୁତ୍ୱ ଦେଉଥିବା ବେଳେ ଏହାକୁ ଲକ୍ଷ୍ୟ କରି ସ୍ପୋଟ୍ସ ସାଇନ୍ସ ଇଣ୍ଡିଆ ପକ୍ଷରୁ ପଦକ୍ଷେପ ନିଆଯାଇଛି । ମୁଖ୍ୟତଃ କ୍ରୀଡ଼ା ବିଜ୍ଞାନ ଉପରେ ସଚେତନ କରିବା ଆମର ମୁଖ୍ୟ ଉଦ୍ଦେଶ୍ୟ । ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସବୁଠୁ ବଡ଼ କଥା ହେଉଛି ଏହି ସମ୍ମିଳନୀରେ ଭାରତରେ କ୍ରୀଡ଼ା କ୍ଷେତ୍ରରେ ଜଡ଼ିତ ଥିବା ବ୍ୟକ୍ତି ବିଶେଷ ମାନଙ୍କୁ ସମ୍ମାନିତ କରାଯିବ । ଯେଉଁଥିରେ ରହିଛି କର୍ଣ୍ଣ ଆୱାର୍ଡ଼, ପାଇକ ଟିମ୍ ଆୱାର୍ଡ଼, ଏସ୍‌ଏସ୍‌ଆଇ ଏମରଜିଂ ପ୍ଲେୟର ଆୱାର୍ଡ଼, ଦିଲ୍ଲୀପ ତୀର୍କି ଗ୍ରାସରୁଟ୍ ଆୱାର୍ଡ଼, ଏସ୍‌ଏସ୍‌ଆଇ କୋଚ୍ ଆୱାର୍ଡ଼, ଏସ୍‌ଏସ୍‌ଆଇ ଲାଇଫ୍ ଟାଇମ୍ ଆୱାର୍ଡ଼, ଏସ୍‌ଏସ୍‌ଆଇ ସ୍ପ୍ରିନ୍ଟ ଚାମ୍ପିୟନ ଆୱାର୍ଡ଼ (ପୁରୁଷ ଓ ମହିଳା), ଏସ୍‌ଏସ୍‌ଆଇ ବେଷ୍ଟ ସ୍ପୋର୍ଟ୍ସ ପର୍ସନ ଆୱାର୍ଡ଼, ଏସ୍‌ଏସ୍‌ଆଇ ସ୍ପୋଟ୍ସ ଡ଼େଭେଲପ୍‌ମେ ଆୱାର୍ଡ଼, ଏସ୍‌ଏସ୍‌ଆଇ ସ୍ପୋର୍ଟ ଜୋର୍ନାଲିଜିମ୍ ଆୱାର୍ଡ଼ ପ୍ରଦାନ କରାଯିବ । ସେମାନଙ୍କୁ ମାନପତ୍ର ସହ ଅର୍ଥରାଶି ପ୍ରଦାନ କରାଯିବ ବୋଲି  ଡ଼. ପଟ୍ଟନାୟକ କହିଥିଲେ ।

Related posts

୪୪ ବର୍ଷର କୋରିଆ ଦବଦବାକୁ ଶେଷ କରିଛି ଭାରତ

Odisha Sports Bureau

ହକି ଦଳରେ ଓଡିଶାର ୩ଜଣ ସ୍ଥାନ ପାଇଛନ୍ତି

Odisha Sports Bureau

୮୫ଟି ପଦକ ସହ ନିଜ ଅଭିଯାନ ଶେଷ କରିଛି ଭାରତ

Odisha Sports Bureau