Cricket

ଶ୍ରୀଲଙ୍କା ବିସ୍ଫୋରଣ ଘଟଣାରେ କିକ୍ରେଟ ଜଗତର ନିନ୍ଦା

(ଓଡିଶା ସ୍ପୋର୍ଟ): ଦେଶର ଅନେକ ସ୍ଥାନରେ ଖ୍ରୀଷ୍ଟିଆନଙ୍କ ପବିତ୍ର ପର୍ବ ଇଷ୍ଟର ଅବସରରେ ଶ୍ରୀଲଙ୍କା ରାଜଧାନୀ କଲେମ୍ବାର ଦୁଇ ଚର୍ଚ୍ଚ ଓ ଦୁଇ ହୋଟେଲରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣ ସାରା ଦୁନିଆକୁ ଦୋହଲାଇ ଦେଇଛି।

ଏହି ବିସ୍ଫୋରଣରେ ପ୍ରାୟ ୨୯୦ଜଣ ଲୋକ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି। ଏହି ଆତଙ୍କୀ ଆକ୍ରମଣକୁ ସମଗ୍ର ବିଶ୍ୱ ନିନ୍ଦା କରୁଥିବା ବେଳେ କ୍ରିକେଟ୍ ଜଗତ ଏଭଳି ଦୁଃଖ ସମୟରେ ଶ୍ରୀଲଙ୍କା ସହ ଛିଡ଼ା ହୋଇଛି। ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ୍ ଏଭଳି ଆକ୍ରମଣକୁ ତୀବ୍ର ନିନ୍ଦା କରିଛନ୍ତି।

ବିରାଟ କହିଛନ୍ତି, ‘ଶ୍ରୀଲଙ୍କାରୁ ଏଭଳି ଖବର ଶୁଣି ମୁଁ ମର୍ମାହତ। ମୁଁ ସମସ୍ତଙ୍କ ପାଇଁ ପ୍ରାର୍ଥନା କରୁଛି ।’
ସେହିପରି ଟିମ୍ ଇଣ୍ଡିଆ ଉପଅଧିନାୟକ ରୋହିତ୍ ଶର୍ମା ଟ୍ୱିଟ୍ କରି କହିଛନ୍ତି, ‘ଶ୍ରୀଲଙ୍କା ପ୍ରତି ମୋ ସମବେଦନା ଓ ପ୍ରାର୍ଥନା, ଏକ ସୁନ୍ଦର ଦେଶ।‘

କୋହଲି ଓ ରୋହିତଙ୍କ ବ୍ୟତୀତ ସଚିନ ତେନ୍ଦୁଲକର, ହରଭଜନ ସିଂହ, ଲୋକେଶ ରାହୁଲ, ସୁରେଶ ରାଇନା, ମହମ୍ମଦ କୈଫ୍, ଭିଭିଏସ୍ ଲକ୍ଷ୍ମଣ, ହର୍ଷା ଭୋଗଲେ, ମିଚେଲ ମ୍ୟାକକ୍ଲିନାଗନ, ଆକାଶ ଚୋପ୍ରା, ମିତାଲି ରାଜ, ମାହେଲା ଜୟବର୍ଦ୍ଧନେ ମଧ୍ୟଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି।

Related posts

ଫାଇନାଲରେ ମାଲେସିଆକୁ ୫-୧ରେ ହରାଇଲା ଭାରତ, ଲସ୍ ଆଞ୍ଜେଲ୍ସ ଅଲିମ୍ପିକ୍ସ ଟିକେଟ୍ ପକ୍କା

Odisha Sports Bureau

ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ବୋଲରଙ୍କୁ ପ୍ରସ୍ତୁତ କରିବେ ସ୍ମିଥ୍ – ୱାର୍ନର

Odisha Sports Bureau

ଭାରତ-ଦକ୍ଷିଣ ଆଫ୍ରିକା ସିରିଜ ଜାରି

Odisha Sports Bureau