Cricket

ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ବୋଲରଙ୍କୁ ପ୍ରସ୍ତୁତ କରିବେ ସ୍ମିଥ୍ – ୱାର୍ନର

(ଓଡିଶା ସ୍ପୋର୍ଟ): ବଲ୍ ସହିତ ଛେଡଛାଡ୍ କରୁୁଥିବା ମାମଲାରେ ଏକ ବର୍ଷ ପାଇଁ ଦଳରୁ ବହିଷ୍କୃତ ହୋଇଥିବା ଅଷ୍ଟ୍ରେଲିଆ କ୍ରିକେଟର ଷ୍ଟିବ୍ ସ୍ମିଥ ଏବଂ ଡେବିଡ୍ ୱାର୍ନର ଟିମ୍ ରୁ ବାହାରେ ରହିବା ସତ୍ୱେ ଟେଷ୍ଟେ୍ ସିରିଜରେ ଭାରତ ବିପକ୍ଷରେ ଅଷ୍ଟ୍ରେଲିଆକୁୁ ମଜ୍ଭୂତ କରିବାକୁ ସ୍ମିଥ୍ ଲାଗିପଡିଛନ୍ତି । ସ୍ମିଥ୍ – ୱାର୍ନର ସ୍ପିଡ୍ ବୋଲର ମିଶେଲ ସ୍ଟାର୍କ, ଜୋଶ ହେଜବୁଡ ଏବଂ ପେଟ୍ କମିଂସ ନେଟ୍ ଅଭ୍ୟାସରେ ଗୁରୁମନ୍ତ୍ର ଦେବାକୁ ପ୍ରସ୍ତୁତ ହୋଇଗଲେ । ସ୍ମିଥ୍ – ୱର୍ନରଙ୍କ ଉପରେ ଅଷ୍ଟ୍ରେଲିଆ ଦ୍ୱାରା ଲଗାଯାଇଥିବା ପ୍ରତିବନ୍ଧକ ସ୍ପପ୍ନରେ ସେହି ସମୟରେ ପାଣି ଢାଳିଦେଇଥିଲ ଯେତେବେବେ ଦୁହିଁଙ୍କୁ ଆଶା ଥିଲା କି ବହୁତ ଶିଘ୍ର ଗ୍ରୀନ୍ କ୍ୟାପ୍ ପିନ୍ଧିବାର ଦେଖିବାକୁ ପାଇବେ । କିଛିଦିନ ପୂର୍ବେ କ୍ରିକେଟ୍ ଅଷ୍ଟ୍ରେଲିଆ ଦୁହିଁଙ୍କ ପ୍ରତିବନ୍ଧକକୁ ଚାଲୁ ରଖିବା ପାଇଁ ନିଷ୍ପତି ନେଇଥିଲା । ସ୍ଟିବ୍ ସ୍ମିଥ୍ ଏବଂ ଡେବିଡ୍ ୱାର୍ନରଙ୍କ ସହିତ ଆହୁରି ବେନକ୍ରଫ୍ଟ ଦକ୍ଷିଣ ଆଫ୍ରିକାର କେପ୍ ଟାଉନ୍ ଟେଷ୍ଟ୍ ରେ ବଲ୍ ସହିତ ଛେଡ୍ଛାଡ କରିବାର ଏକ ମାମଲାରେ ଦୋଷି ସାବ୍ୟସ୍ଥ ହୋଇଥିଲେ । ସ୍ମିଥ୍ – ୱାର୍ନରଙ୍କ ଉପରେ ଯେଉଁଠି ଏକ ବର୍ଷ ପାଇଁର୍ ପ୍ରତିବନ୍ଧ ଲାଗିଥିଲା, ସେପଟେ ବେନକ୍ରାଫ୍ଟଙ୍କ ଉପରେ ୯ ମାସ ପାଇଁ ପ୍ରତିବନ୍ଧକ ଲାଗିଥିଲା । ସ୍ମିଥ୍ – ୱାର୍ନରଙ୍କ ପ୍ରତିବନ୍ଧକୁୁ ଏବେ ୮ ମାସ ପୂରଣ ହୋଇଗଲାଣି, ଯେତେବେଳେ ବେନକ୍ରାଫ୍ଟଙ୍କ ଉୁପରେ ଲାଗିଥିବା ପ୍ରତିବନ୍ଧକକୁ ଏକ ମାଷ ପୂରଣ ହୋଇଯିବ ।

Related posts

ଶ୍ରୀ ବରାହ ଲକ୍ଷ୍ମୀ ନରସିଂହ ସ୍ୱାମୀ ମନ୍ଦିର ପରିଦର୍ଶନ କଲେ ଉପ-ଅଧିନାୟିକା ସ୍ମୃତି ମନ୍ଧାନା

Odisha Sports Bureau

ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ ଇଂଲଣ୍ଡ ପ୍ଲେଇିଂ ଇଲେଭେନର ଘୋଷଣା: ଜେମ୍ସ ଆଣ୍ଡରସନକୁ ମିଳିଲାନି ସ୍ଥାନ

Odisha Sports Bureau

ଭାରତୀୟ ଜାତୀୟ ସଙ୍ଗୀତ ଗାଇଲେ ପାକିସ୍ତାନୀ ପ୍ରଶଂସକ

Odisha Sports Bureau