Cricket

ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଭାରତ ୨୪୪ ରନ୍‌ ଆଗରେ ରହିଛି

ବର୍ମିଂହାମ୍‌-: ଚଳିତ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଶୁକ୍ରବାର ତୃତୀୟ ଦିନରେ ରୋଚକ ମୁକାବିଲା ଦେଖିବାକୁ ମିଳିଥିଲା। ଭାରତ ପ୍ରଥମ ନୂଆବଲ୍‌ରେ ୮୪ ରନ୍‌ ସ୍କୋର୍‌ରେ ୫ଟି ୱିକେଟ୍‌ ନେଇଥିବା ବେଳେ ଦ୍ୱିତୀୟ ନୂଆବଲ୍‌ରେ ମାତ୍ର ୨୦ ରନ୍‌ରେ ୫ଟି ୱିକେଟ ଅକ୍ତିଆର କରିଥିଲା। ହେଲେ ଏହା ମଝିରେ ଭାରତୀୟ ବୋଲିଂ ଉପରେ ଭାରି ପଡ଼ିଥିଲେ ଥିଲେ ହ୍ୟାରୀ ବ୍ରୁକ୍‌ ଓ ଜେମି ସ୍ମିଥ୍‌। ଦୁହେଁ ରକ୍ଷଣାତ୍ମକ ଖେଳଖେଳି ୬ଷ୍ଠ ୱିକେଟ ରେ ୩୦୩ ରନ୍‌ର ଭାଗୀଦାରି କରିଥିଲେ। ଫଳରେ ଏକଦା ଇଂଲଣ୍ଡ ୨୦୦ ରନ୍‌ କରିବା କଷ୍ଟକର ହେବ ବୋଲି ଲାଗୁଥିବା ବେଳେ ପ୍ରଥମ ଇନିଂସରେ ୪୦୭ ରନ୍‌ ସ୍କୋର୍‌ରେ ପହଞ୍ଚିଥିଲା। ତେବେ ୫୮୭ ରନ୍‌ କରିଥିବା ଭାରତ ପ୍ରଥମ ଇନିଂସରେ ୧୮୦ ରନ୍‌ରେ ଆଗୁଆ ରହିଅଛି। ଦୁଇ ଭାରତୀୟ ପେସ୍‌ ବୋଲର ମହମ୍ମଦ ସିରାଜ୍‌ ଓ ଆକାଶ ଦୀପ ୧୦ଟିଯାକ ୱିକେଟ୍‌ ଅକ୍ତିଆର କରିଥିଲେ। ସିରାଜ୍‌ ୬ଟି ଓ ଆକାଶ ଦୀପ ୪ଟି ୱିକେଟ୍‌ ନେଇଥିଲେ। ୩ୟ ଦିନ ଶେଷରେ ଭାରତ ୨ୟ ଇନିଂସରେ ୧ ୱିକେଟ ହରାଇ ୬୪ ରନ୍‌ କରିଛି। ୯ ୱିକେଟ୍‌ ଥାଇ ଭାରତ ୨୪୪ ରନ୍‌ ଆଗରେ ରହିଛି।

Related posts

ଆଜି ଭାରତ-ୱେଷ୍ଟ ଇଣ୍ଡିଜ୍ ଦ୍ୱିତୀୟ ଦିନିକିଆ : ମ୍ୟାଚ୍ ଜିତି ସିରିଜ୍ ହାତେଇବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

୪୦୦୦ ଟେଷ୍ଟ ରନ ଏବଂ ଅତି କମରେ ୩୦୦ ୱିକେଟ ହାସଲ କରି ଅଲରାଉଣ୍ଡରଙ୍କ ଏକ ଏଲିଟ୍ କ୍ଲବରେ ଭାରତୀୟ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା

Odisha Sports Bureau

ଭାରତକୁ ବଡ଼ ଲକ୍ଷ ଦେଲା ଦକ୍ଷିଣ ଆଫ୍ରିକା, ୧୮୮ର ଟାର୍ଗେଟ୍

Odisha Sports Bureau