Cricket

ଆସନ୍ତା ମାର୍ଚ୍ଚ ୨୨ ତାରିଖରୁ ହେବାକୁ ଯାଉଛି ଆଇପିଏଲ

ମୁମ୍ବାଇ: ଆସନ୍ତା ମାର୍ଚ୍ଚ ୨୨ ତାରିଖରୁ ହେବାକୁ ଯାଉଛି ପ ବହୁପ୍ରତିକ୍ଷୀତ ଇଣ୍ଡିଆନ ପ୍ରିୟମର ଲିଗ(ଆଇପିଏଲ)ର ୧୭ତମ ସଂସ୍କରଣ । ଏନେଇ ଆଜି ଘୋଷଣା କରିଛନ୍ତି ଟୁର୍ଣ୍ଣାମେଣ୍ଟର ଅଧ୍ୟକ୍ଷ ଅରୁଣ ଧୁମାଲ । ଚଳିତ ବର୍ଷ ସାଧାରଣ ନିର୍ବାଚନ ଦେଶର ଅନୁଷ୍ଠିତ ହେବ। ତଥାପି ପୂରା ଆଇପିଏଲ ଭାରତରେ ହିଁ ଖେଳା ଯିବ ବୋଲି କୁହାଯାଉଛି । ନିର୍ବାଚନ ପାଇଁ ଆଇପିଏଲର ମ୍ୟାଚସୂଚୀ ଏଯାଏ ଘୋଷଣା ହୋଇନାହିଁ। ନିର୍ବାଚନ ତାରିଖ ଘୋଷଣା ହେବା କ୍ଷଣି ସେହି ଅନୁସାରେ କିଛି ମ୍ୟାଚ୍ସୂଚୀ ପ୍ରସ୍ତୁତ କରାଯିବ। ଧୁମାଲଙ୍କ କହିବା କଥା ଯେ ପ୍ରଥମେ କେବଳ ୧୫ ଦିନ ପାଇଁ ମ୍ୟାଚସୂଚୀ ଜାରି କରାଯିବ। ବାକି ମ୍ୟାଚ୍ସୂଚୀ ନିର୍ବାଚନ ତାରିଖ ଘୋଷଣା ହେବା ପରେ ଜାରି ହେବ। ତେବେ ଆମେ ମାର୍ଚ୍ଚ ୨୨ରୁ ଆଇପିଏଲ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛୁ ବୋଲି ସେ କହିଛନ୍ତି। ଆମେ ଏ ସମ୍ପର୍କରେ ସରକାରଙ୍କ ସହ ଆଲୋଚନା କରୁଛୁ। ଆମେ ପ୍ରଥମେ ପ୍ରାରମ୍ଭିକ ମ୍ୟାଚ୍ଗୁଡ଼ିକର ସୂଚୀ ଜାରି କରିବୁ। ପରବର୍ତ୍ତୀ ସମୟରେ ବାକି ରହିଥିବା ମ୍ୟାଚଗୁଡ଼ିକ ପାଇଁ ତାରିଖ ଘୋଷଣା କରାଯିବ। ଚଳିତ ବର୍ଷ ନିର୍ବାଚନ ହେବାକୁ ଥିଲେ ମଧ୍ୟ ପୂରା ଆଇପିଏଲ ଭାରତରେ ହିଁ ଅନୁଷ୍ଠିତ ହେବ। ଏଥର ମଧ୍ୟ ଆଇପିଏଲ ନିର୍ବାଚନ ବର୍ଷରେ ଭାରତରେ ଆୟୋଜନ କରାଯିବ। ମାର୍ଚ୍ଚ ୨୨ରୁ ଆଇପିଏଲ ଆରମ୍ଭ ହେଉଥିବା ବେଳେ ମେ’ ୨୬ରେ ଫାଇନାଲ ମ୍ୟାଚ୍ ଖେଳାଯିବ ବୋଲି କୁହାଯାଉଛି ।

 

Related posts

ଟି-୨୦ ବିଶ୍ୱକପରେ ଶ୍ରୀଲଙ୍କାର ଦମଦାର ପ୍ରଦର୍ଶନ…

Odisha Sports Bureau

ମାର୍ଚ୍ଚ ୨୬ରୁ ପାକିସ୍ତାନ ସୁପର ଲିଗ

Odisha Sports Bureau

ପତ୍ନୀଙ୍କ ସହ ମହାକାଳେଶ୍ଵର ମନ୍ଦିରରେ ରାହୁଲ

Odisha Sports Bureau