Cricket

ଭାରତ ବିଶ୍ୱକପର ଦାବିଦାର ନୁହେଁ: ଗାଭାସ୍କର

(ଓଡିଶା ସ୍ପୋର୍ଷ୍ଟସ/ମୁମ୍ବାଇ): ଇଂଲଣ୍ଡରେ ଆୟୋଜିତ ହେବାକୁ ଥିବା ବିଶ୍ୱକପରେ ଭାରତ ଅନ୍ୟତମ ଦାବିଦାର । ହେଲେ ଭାରତ ଆସନ୍ତା ବିଶ୍ୱକପର ଦାବିଦାର ବୋଲି କିମ୍ବଦନ୍ତି କ୍ରିକେଟର ସୁନୀଲ ଗାଭାସ୍କର ଏଥିରେ ଏକମତ ନୁହନ୍ତି । ଗାଭାସ୍କର ମଧ୍ୟ ଏହାର କାରଣ ଦର୍ଶାଇଛନ୍ତି । ସେ କହିଛନ୍ତି ଯେ ଆୟୋଜକ ଇଂଲଣ୍ଡ ବିଶ୍ୱକପର ପ୍ରମୁଖ ଦାବିଦାର । ସେମାନେ ଘେରୋଇ ମାଟିରେ ପ୍ରଥମ ତର ବିଶ୍ୱକପ ଜିତିବାର ସର୍ବାଧିକ ସମ୍ଭାବନା ରହିଛି । ୨୦୧୫ ବିଶ୍ୱକପ ଲିଗ ପର୍ଯ୍ୟାୟରେ ସେମାନେ ସମ୍ଭବତଃ ବାଲାଂଦେଶ ଠାରୁ ପରାଜିତ ହୋଇଥିଲେ । ହେଲେ ସେବେଠାରୁ ସେମାନେ ନିଜ ଖେଳରେ ଅନେକ ଉନ୍ନତି ଆଣିଛନ୍ତି । ଦଳଗତ ଭାବେ ସେମାନଙ୍କ ଶକ୍ତି ଦିନକୁ ଦିନ ବଢି ବଡି ଚାଲିଛି । ଘରୋଇ ପରିବେଶରେ ସେମାନେ ଯେ କୌଣସି ପ୍ରତିପକ୍ଷ ପାଇଁ ନିଶ୍ଚିତ ଭାବେ ଘାତକ ସାବ୍ୟସ୍ତ ହେବେ। ଅବଶ୍ୟ ବିଶ୍ବକପ୍ ଦାବିଦାରି ତାଲିକାରେ ଇଂଲଣ୍ଡ ପଛକୁ ଭାରତ ରହିବ। ଇଂଲଣ୍ଡରେ ଭାରତ ଲଗାତାର ଦୁଇ ବର୍ଷ (୨୦୧୭ ଏବଂ ୨୦୧୮) କ୍ରିକେଟ୍ ଖେଳିଛି। ଏଣୁ ବିଶ୍ବକପ୍ ଦଳରେ ସ୍ଥାନ ପାଇବାକୁ ଥିବା ଖେଳାଳିଙ୍କର ଇଂଲଣ୍ଡ ପରିବେଶରେ ଖେଳିବାର ଭଲ ଅଭିଜ୍ଞତା ରହିଛି। ମୁଁ ଭାବୁଛି, ଇଂଲଣ୍ଡ ଏକ ନମ୍ବର ଦାବିଦାର ହେଲେ ଭାରତ ଦୁଇ ନମ୍ବରରେ ରହିବ।

Related posts

ଆଜିର ମ୍ୟାଚ ସନରାଇଜର୍ସ-ଇଣ୍ଡିଆନ୍ସ ମଧ୍ୟରେ ଦେଖିବାକୁ ମିଳିବ

Odisha Sports Bureau

ଆଜି ଭାରତ-ଅଷ୍ଟ୍ରେଲିଆ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ

ଭାରତ-ଅଷ୍ଟ୍ରେଲିଆ କ୍ରିକେଟ୍ ସିରିଜ

Odisha Sports Bureau