Cricket

ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଶ୍ରୀଲଙ୍କା ରୋମାଞ୍ଚକ ବିଜୟ

(ଓଡିଶା ସ୍ପୋର୍ଷ୍ଟସ/ଡର୍ବାନ): ଘରୋଇ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏଠାରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଶ୍ରୀଲଙ୍କା ରୋମାଞ୍ଚକ ବିଜୟ ହାସଲ କରିଛି। ଦକ୍ଷିଣ ଆଫ୍ରିକା ପକ୍ଷରୁ ଧାର୍ୟ୍ୟ ୩୦୪ ରନର ଟାର୍ଗେଟ୍କୁ ପିଛା କରିଥିବା ଶ୍ରୀଲଙ୍କା ୯ ଉଇକେଟ୍ ହରାଇ ଟାର୍ଗେଟ୍ ହାସଲ କରିନେଇଛି। କୁଶଳ ପେରେରା ଅପରାଜିତ ୧୫୩ ରନର ମାରାଥନ ଇନିଂସ ଖେଳି ବିଜୟରେ ନାୟକ ସାଜିଥିଲେ। ମ୍ୟାଚ୍ ବିଜୟୀ ଇନିଂସ ଲାଗି କୁଶଳ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ୨୦୧୮ ପରେ ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକାର ଏହା ପ୍ରଥମ ପରାଜୟ ଥିଲା। ଏହି ବିଜୟ ସହ ଶ୍ରୀଲଙ୍କା ୨ ମ୍ୟାଚ୍ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ଲାଭ କରିଛି। ସିରିଜର ଅନ୍ତିମ ତଥା ୨ୟ ମ୍ୟାଚ୍ ଫେବୃୟାରୀ ୨୧ରୁ ପୋର୍ଟ ଏଲିଜାବେଥ୍ଠାରେ ଆରମ୍ଭ ହେବ।

Related posts

ବିରାଟଙ୍କୁ ଶୁଭେଚ୍ଛା ଜଣାଇଲେ ମାଷ୍ଟର ବ୍ଲାଷ୍ଟର ସଚିନ

Odisha Sports Bureau

ଭାରତ ସହ ସମ୍ପର୍କ ସୁଧାରିବାକୁ ବିସିବିର ଚେଷ୍ଟା, ସିରିଜ୍ ଓ ଏସିଆ କପ୍ ଉପରେ ସଙ୍କଟ

ଭୁବନେଶ୍ୱରୁ ଭାରତ ଓ ଇଂଲଣ୍ଡ ଖେଳାଳି ନେଇଛନ୍ତି ବିଦାୟ: ଅହମ୍ମଦାବାଦ ଅଭିମୁଖେ କଲେ ଯାତ୍ରା

Odisha Sports Bureau