Hockey

ରାଜ୍ୟ ପୋଲିସ ହକି ଚାମ୍ପିୟନଶିପ ଉଦଯାପିତ

(ଓଡିଶା ସ୍ପୋର୍ଟ): ରାଜ୍ୟ ପୋଲିସ ହକି ଚାମ୍ପିୟନଶିପ ଉଦଯାପିତ ହୋଇଯାଇଛି। ଚଳିତ ମାସ ୧୯ ରୁ ଆରମ୍ଭ ହୋଇଥିବା ଏହି କ୍ରୀଡ଼ାରେ ରାଜ୍ୟରୁ ୧୮ ଟି ଟିମ ଭାଗ ନେଇଥିଲେ । ଫାଇନାଲ ମ୍ୟାଚରେ କଟକର ଷଷ୍ଠ ଓଏସଏପି ବାଟାଲିୟନ ଓ ରାଉରକେଲାର ଚତୁର୍ଥ ଓଏସଏପି ବାଟାଲିୟନକୁ ମୈଦାନରେ ଦେଖଇବାକୁ ମିଳିଥିଲା। ରଙ୍ଗାରଙ୍ଗ କାର୍ୟ୍ୟକ୍ରମ ସହିତ ଆରମ୍ଭ ହୋଇଥିବା ଏହି ଫାଇନାଲ ମ୍ୟାଚରେ ରାଉରକେଲା ୨-୦ ଗୋଲରେ କଟକକୁ ପରାସ୍ତ କରି ଚାମ୍ପିୟନ ହୋଇଥିଲା।

ଉଦଯାପନୀ ଉତ୍ସବରେ ରାଜ୍ୟ କ୍ରାଇମ ରେକର୍ଡ ବ୍ୟୁରୋ ଅତିରିକ୍ତ ମହାନିର୍ଦ୍ଦେଶକ ଡ. ସୁଧାଂଶୁ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।  ଉଦଯାପନୀ ମ୍ୟାଚ ଥିବାରୁ ଦର୍ଶକ ଗ୍ୟାଲେରୀରେ ହକି ପ୍ରେମିଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଏଥିସହିତ ପୋଲିସ ଅଧିକାରୀଙ୍କ ପରିବାର ବର୍ଗ ମଧ୍ୟ ଉପସ୍ଥିତ ଥିଲେ। ଖେଳାଳିଙ୍କୁ ଉତ୍ସାହିତ କରିବା ପାଇଁ ଦର୍ଶକ ଗ୍ୟାଲେରୀରେ ବ୍ୟାଣ୍ଡ୍ ବାଜା ସାଙ୍ଗକୁ ନୃତ୍ୟ ପରିବେଷଣ କରାଯାଇଥିଲା।

Related posts

ନୂଆ ରୂପରେ ଓଡିଶାକୁ ଫେରୁଛି ହକି

Odisha Sports Bureau

ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିଲେ ଟିମ ବେଲଜୀୟମ

Odisha Sports Bureau

ଛାଡପତ୍ର ଦେବେ ସାନିଆ ମିର୍ଜା!

Odisha Sports Bureau