Hockey

ଆର୍ଜେଣ୍ଟିନାର ନୂଆ ଇତିହାସ

ଭୁବନେଶ୍ୱର: ଆଜି ଜୁନିୟର ହକି ବିଶ୍ୱକପରେ ଆର୍ଜେଣ୍ଟିନା ଇଜିପ୍ଟ ପରାସ୍ତ କରି ରଚିଛି ଇତିହାସ । ଏହି ରେକର୍ଡରେ ଏକ ନମ୍ବରରେ ଥିବା ଭାରତକୁ ଅତିକ୍ରମ କରି ନୂଆ ରେକର୍ଡ ସୃଷ୍ଟି କରିଛି ଆଜେଣ୍ଟିନା । ବିଶ୍ବକପର କୌଣସି ମ୍ୟାଚର ସର୍ବାଧିକ ଗୋଲ ସ୍କୋର କରି ଇତିହାସ ରଚିଛି ଆର୍ଜେଣ୍ଟିନା । ଏହି ରେକର୍ଡ ପୂର୍ବରୁ ଭାରତ ପାଖରେ ଥିଲା । ୧୯୮୨ ବିଶ୍ବକପରେ ଭାରତ ସିଙ୍ଗାପୁରକୁ ୧୩-୦ ଗୋଲରେ ପରାଜିତ କରି ରଚିଥିଲା ଇତିହାସ । ତେବେ ଆଜି ମ୍ୟାଚରେ ଆର୍ଜେଣ୍ଟିନା ୧୪-୦ ଗୋଲରେ ଇଜିପ୍ଟକୁ ପରାଜିତ କରି ଭାରତର ରେକର୍ଡ ଭାଙ୍ଗିଛି ।

 


ସେହିଭଳି ଦ୍ୱିତୀୟ ମ୍ୟାଚରେ କୋରିଆ ବିପକ୍ଷ ମ୍ୟାଚରେ ବିଜୟ ହାସଲ କରିଛି ନେଦରଲାଣ୍ଡ । ୧୨୨-୫ ଗୋଲରେ ନେଦରଲାଣ୍ଡ ଦକ୍ଷିଣ କୋରିଆକୁ ହରାଇଛି । ତେବେ ପଞ୍ଚମ ମ୍ୟାଚରେ କାନାଡା ଏବଂ ଭାରତ ମଧ୍ୟରେ ହେବ ଲଢେଇ । ପ୍ରଥମ ମ୍ୟାଚରେ ଫ୍ରାନ୍ସଠାରୁ ପରାସ୍ତ ହେବା ପରେ ଏହି ମ୍ୟାଚକୁ ଜିତିବା ପାଇଁ ଚେଷ୍ଟା କରିବ ମେନ ଇନ ବ୍ଳୁ ।

 

Related posts

ଫେବୃଆରୀ ୧୮ ରୁ ସୁଲତାନ ଆଜଲାନ ଶାହା ହକି ଟୁର୍ଣ୍ଣାମେଣ୍ଟ

Odisha Sports Bureau

ଆଜିଠାରୁ ଆରମ୍ଭ ହେବ କ୍ରସ ଓଭର ମ୍ୟାଚ ମୁହା ମୁହିଁ ହେବେ ଇଂଲଣ୍ଡ-ନ୍ୟୁଜିଲାଣ୍ଡ ଓ ଫ୍ରାନ-ଚୀନ୍

Odisha Sports Bureau

ରାଜ୍ୟ ପୋଲିସ ହକି ଚାମ୍ପିୟନଶିପ ଉଦଯାପିତ

Odisha Sports Bureau