Cricket

କାନପୁର ଟେଷ୍ଟରେ ଶୁଭିଲା ଅବିଶ୍ୱସନୀୟ ଶବ୍ଦ

କାନପୁର: ଭାରତ-ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ଶୁଣିବାକୁ ମିଳିଛି ଏକ ଅବିଶ୍ୱସନୀୟ ନାରା । ଯାହାର ଭିଡିଓ ଏବେ ସୋଶଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦର୍ଶକଙ୍କ ଏହି ନାରାରେ କାନପୁରର ଗ୍ରୀନ ପାର୍କ ସମ୍ପୂର୍ଣ୍ଣ କମ୍ପି ଉଠିଥିଲା ।

India vs New Zealand 1st Test Live Score Day 1: Shreyas Iyer key as India  154/4 at Tea in Kanpur - India Today
ଏହି ଶବ୍ଦଟି ଥିଲା ‘ପାକିସ୍ତାନ ମୁର୍ଦ୍ଦାବାଦ’ । ଟସ ଜିତି ଭାରତ ପ୍ରଥମେ ବ୍ୟାଟିଂ କରୁଥିବା ସମୟରେ ଏହି ଶବ୍ଦରେ ସାରା ମାହୋଲ ସରଗରମ ହୋଇଥିଲା । ଯାହାର ଭିଡିଓ ଏବେ ସୋଶଲ ମିଡିଆରେ ଖୁବ ଭାଇରାଲ ହେଉଛି । ଶୁଭମନ ଗିଲ ଏବଂ ମୟଙ୍କ ଅଗ୍ରୱାଲ ବ୍ୟାଟିଂ କରୁଥିବା ସମୟରେ ଇନିଂସର ଷଷ୍ଠ ଓଭରରେ ଏପରି ଦେଖିବାକୁ ମିଳିଛି । ଷ୍ଟାଣ୍ଡରେ ଶୁଣିବାକୁ ମିଳିଥିଲା ପାକିସ୍ତାନ ମୁର୍ଦ୍ଦାବାଦ । ଏହା ବ୍ୟତୀତ ଭାରତୀୟ ଖେଳାଳିଙ୍କୁ ସମର୍ଥନ ଜଣାଇ ପ୍ରଶଂସକ ବନ୍ଦେ ମାତରମ୍ ଓ ଭାରତ ମାତା କି ଜୟର ନାରା ଦେଇଥିଲେ ।

ରାଜନୈତିକ ଓ କୂଟନୈତିକ କାରଣରୁ ଭାରତ-ପାକିସ୍ତାନ କେବଳ ଆଇସିସି ଇଭେଣ୍ଟରେ ହିଁ ମୁହାଁମୁହିଁ ହେଉଛନ୍ତି । ନିକଟରେ ହୋଇଥିବା ଟି-୨୦ ବିଶ୍ବକପରେ ପ୍ରଥମ ଥର ପାଇଁ ଭାରତକୁ ପରାଜିତ କରିଥିଲା ପାକିସ୍ତାନ ।

Related posts

ଚମତ୍କାର ବିଜୟ ପରେ ମଧ୍ୟ ଆଇସିସି ମାନ୍ୟତାରେ ଏକ ନମ୍ବର ସ୍ଥାନରେ ରହିପାରିନି ଟିମ୍ ଇଣ୍ଡିଆ

Odisha Sports Bureau

ବିଗିଡ଼ିଯାଇଛି ପୂର୍ବତନ ଭାରତୀୟ କ୍ରିକେଟର ବିନୋଦ କାମ୍ବଲିଙ୍କ ସ୍ୱାସ୍ଥ୍ୟାବସ୍ଥା   

Odisha Sports Bureau

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପ୍ରସଂଶା କଲେ ପ୍ରଶିକ୍ଷକ ରବି ଶାସ୍ତ୍ରୀ

Odisha Sports Bureau