Cricket

ଇଂଲଣ୍ଡ ବିପକ୍ଷ ଦ୍ଵିତୀୟ ଟେଷ୍ଟରେ ବିଜୟ ହାସଲ କରିଛି ଭାରତ

ବିଶାଖାପାଟନମ୍: ବିଶାଖାପାଟନମ୍  ରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ଦ୍ଵିତୀୟ ଟେଷ୍ଟରେ ବିଜୟ ହାସଲ କରିଛି ଭାରତ। ୧୦୬ ରନ୍ରେ ଇଂଲଣ୍ଡକୁ ପରାସ୍ତ କଲେ ଭାରିତୀୟ ଦଳ। ୩୯୯ର ବିଜୟ ଲକ୍ଷ୍ୟକୁ ପିଛା କରି ୨୯୨ରେ ଅଲ୍ ଆଉଟ୍ ହୋଇଗଲା ଇଂଲଣ୍ଡ। ଦ୍ଵିତୀୟ ଟେଷ୍ଟ ଜିତି ୫ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ରେ ସ୍ଥିତି ବରାବର କରିଛି ଭାରତ । ଭାରତ ପକ୍ଷରୁ ବୁମରାହ ଓ ଅଶ୍ୱିନୀଙ୍କ ଦମଦାର ବୋଲିଂ ଯୋଗୁଁ ଭାରତ ବିଜୟୀ ହୋଇଛି । ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍ର ପ୍ରଥମ ମ୍ୟାଚ୍ରେ ହାରିଥିଲା ଭାରତୀୟ ଟିମ୍ । ଏହାପରେ ଫେବୃଆରୀ ୨ ତାରିଖରେ ଆରମ୍ଭ ହୋଇଥିଲା ୨ୟ ଟେଷ୍ଟ । ଏହି ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ରୋହିତ ବାହିନି।  ଯୁବ ଖେଳାଳି ଜଶସ୍ୱୀ ଜୈସଓ୍ୱାଲ୍ଙ୍କ ଦମ୍ଦାର ଦ୍ୱିଶତକ ବଳରେ ଭାରତ ପ୍ରଥମ ପାରିରେ ୩୯୬ ରନ୍ କରିଥିଲା । ଏହାପରେ ଇଂଲଣ୍ଡ ତାର ପ୍ରଥମ ଇଂନିସରେ ୨୫୩ ରନ କରି ଅଲଆଉଟ ହୋଇଯାଇଥିଲା । ଦ୍ଵିତୀୟ ଇନିଂସରେ ମଧ୍ୟ ଭାରତ ବଡ ସ୍କୋର କରିବାରେ ଅସମର୍ଥ ହୋଇଥିଲା । ମାତ୍ର ୨୫୫ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା ପୁରା ଟିମ୍ ଇଣ୍ଡିଆ । ପୂର୍ବ ଇନିଂସର ରନ୍ ଏବଂ ୨ୟ ପାରିର ରନ୍କୁ ମିଶାଇ ୩୯୯ ରନ୍ର ଟାର୍ଗେଟ ରହିଥିଲା । ମାତ୍ର ଦଳର କୌଣସି ଖେଳାଳି ବଡ଼ ସ୍କୋର କରିପାରି ନଥିଲେ। ଫଳରେ ଇଂଲଣ୍ଡ ଦଳ ୨୯୨ ରନ କରି ଅଲଆଉଟ ହୋଇଯାଇଥିଲା । ଭାରତ ଏହି ମ୍ୟାଚକୁ ୧୦୬ ରନରେ ଜିତି ନେଇଛି ।

Related posts

ମଇଦାନକୁ ଓହ୍ଲାଇବ ରାହୁଲ ସେନା

Odisha Sports Bureau

ଟିମ ଇଣ୍ଡିଆ କୋଚ ଚୟନ ପାଇଁ ଏକ ୩ ଜଣିଆ କମିଟି ଗଠନ

ପ୍ରଥମ ଇଂନିସାର ୧୫୦ ରନରେ ଅଲଆଉଟ ହେଲା  ଭାରତୀୟ ଦଳ

Odisha Sports Bureau