Cricket

BBC କ୍ଲବ୍ ଆନୁକୁଲ୍ୟରେ ବାବାସାହେବ ଆମ୍ବେଦକର ମେମୋରିଆଲ ଟ୍ରଫି ଉଦଯାପିତ

 ହିନ୍ଦୋଳ/ ଗୌତମ ମୁଦୁଲି : ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ବାବନ୍ଧ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାବନ୍ଧ ପାଲା ମଣ୍ଡପ ପଡିଆ ଠାରେ BBC କ୍ଲବ୍ ଆନୁକୁଲ୍ୟରେ ବାବାସାହେବ ଆମ୍ବେଦକର ମେମୋରିଆଲ ଟ୍ରଫି ଉଦଯାପନୀ ଦିବସ ଅନୁଷ୍ଠିତ ହୋଯାଇଅଛି। ଏହି ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ହିନ୍ଦୋଳ ୩ନମ୍ୱର୍ ଜୋନ ଜିଲ୍ଲାପରିଷଦ ସଭ୍ୟା ତଥା ଆଇନଜୀବୀ ମମତାଞ୍ଜଳି ବେହେରା ଉପସ୍ଥିତ ଥିଲେ। ସମ୍ମାନୀୟ ଅତିଥି ଭାବେ ସମାଜସେବୀ ସଞ୍ଜୟ ନାଏକ, ଆଇନଜୀବୀ ଚିତ୍ରସେନ ନାଏକ, ପ୍ରଦ୍ୟୁମ୍ନ ନାଏକ, କୈଳାସ ନାଏକ, ରୋହିତ କରଣ, ଚରଣ ନାଏକ, ନରେନ୍ଦ୍ର ନାଏକ, ପଦନ ନାଏକ ପ୍ରମୁଖ ଯୋଗଦାନ କରିଥିଲେ। ଏହି ମ୍ୟାଚ୍ ଗାଲପଡା ଏକାଦଶ ଏବଂ ଟେଣ୍ଟୁଲେଇ ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିବାବେଳେ ଟେଣ୍ଟୁଲେଇ ଏକାଦଶ ପ୍ରଥମେ ବ୍ୟାଟିଂ କରିବାପାଇଁ ନିଷ୍ପତି ହୋଇଥିଲା। ତେବେ ୧୨ଓଭର ବିଶିଷ୍ଟ ଉକ୍ତ ମ୍ୟାଚରେ ଟେଣ୍ଟୁଲେଇ ଏକାଦଶ ୯ୱିକେଟ ବିନିମୟରେ ୯୮ରନ୍ ହାସଲ କରିବାବେଳେ ଅପର ପକ୍ଷରେ ଗାଲପଡା ଏକାଦଶ ୯ଟି ୱିକେଟ ବିନିମୟରେ ୯୦ରନ୍ ସଂଗ୍ରହ କରିଥିଲେ ଏବଂ ଯାହା ଫଳରେ ଟେଣ୍ଟୁଲେଇ ଏକାଦଶ ବିଜୟଲାଭ କରିଥିଲା। ଏହି ଉଦଯାପନୀ ଉତ୍ସବରେ ଦୁଇ ଦଳର ଖେଳାଳୀ ମାନଙ୍କ ସମେତ ଶହ ଶହ ଦର୍ଶକ ଉପସ୍ଥିତ ଥିଲେ।

Related posts

ଟୁଇଟରରେ ଅଖତରଙ୍କ ଗୋଡ ଟାଣିଲେ ଯୁବି

Odisha Sports Bureau

ଟେଷ୍ଟ କ୍ରିକେଟ ନିୟମରେ ପରିବର୍ତ୍ତନ

ବିଶ୍ୱକପରେ ଖରାପ ପ୍ରଦର୍ଶନ ପରେ ପିସିବିର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ; କୋଚ୍ରୁ ଅଧିନାୟକ ପର୍ଯ୍ୟନ୍ତ ସମସ୍ତଙ୍କୁ ବଦଳାଇଲା

Odisha Sports Bureau