Cricket

ସୌରଭ ଗାଙ୍ଗୁଲିଙ୍କ ନାମରେ ବିଅର

(ଓଡ଼ିଶା ସ୍ପୋର୍ଟ): କିକ୍ରେଟ ଦୁନିଆରେ ଦାଦା ନାମରେ ପରିଚିତ ହେଉଛନ୍ତି ସୌରଭ ଗାଙ୍ଗୁଲି । ସେ ଆଗ ଧାଡ଼ିର ଜଣେ ଭଲ ବ୍ୟାଟ୍ସ ମ୍ୟାନ । ଏହି ବାମହାତୀ ବ୍ୟାଟ୍ସ ମ୍ୟାନଙ୍କ ନାମରେ ବିଅର । ଅଷ୍ଟ୍ରେଲିଆ ପକ୍ଷରୁ ଏହି ସମ୍ମାନ ମିଳିଛି ସୌରଭ ଗାଙ୍ଗୁଲିଙ୍କୁ । ଅଷ୍ଟ୍ରେଲିଆର ଏକ ବିୟର୍ ମେନ୍ୟୁରେ ‘ଫେରାଲ୍ ଗାଙ୍ଗୁଲି ମ୍ୟାଙ୍ଗୋ ଲସି’ ନାମକ ବିୟର ଦେଖିବାକୁ ମିଳିଛି।
ଏହାକୁ ଜଣେ ଟ୍ଵିଟର୍ ବ୍ୟବହାରକାରୀ ତାଙ୍କ ଟ୍ଵିଟର୍ରେ ଟ୍ଵିଟ୍ କରି ଲେଖିଛନ୍ତି, ‘ମୁଁ ସବୁବେଳେ ଭାବୁଥିଲି ଅଷ୍ଟ୍ରେଲିଆର ଲୋକେ ଗାଙ୍ଗୁଲିଙ୍କୁ ସେତେଟା ପସନ୍ଦ କରନ୍ତି ନାହିଁ। ମାତ୍ର ଏବେ ଦେଖୁଛି ଯେ ଗାଙ୍ଗୁଲିଙ୍କ ନାମ ଅନୁସାରେ ଏକ ବିୟର୍ ନାମକରଣ କରି ସେମାନେ ଓଲଟା ଗାଙ୍ଗୁଲିଙ୍କୁ ଏକ ବଡ଼ ସମ୍ମାନ ଦେଇଛନ୍ତି।’ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବେଙ୍ଗଲ କ୍ରିକେଟ୍ ଆସୋସିଏସନର ଅଧ୍ୟକ୍ଷ ଭାବେ ନିକଟରେ ନିଯୁକ୍ତି ପାଇଛନ୍ତି।

Related posts

ସିରାଜଙ୍କ ନୂଆ ଘରେ ବିରାଟଙ୍କ ସମେତ ପୁରା ଆରସିବି ଟିମ୍

ପୂର୍ବତନ ଭାରତୀୟ କ୍ରିକେଟର ବିନୋଦ କାମ୍ବଲି ଅସୁସ୍ଥ, ଭିଡିଓ ଭାଇରାଲ୍

Odisha Sports Bureau

ପ୍ରଥମ ଟେଷ୍ଟ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ପ୍ରଥମ ଇନିଂସ ଓ ୧୪୧ ରନରେ ହରାଇଲା ଭାରତ

Odisha Sports Bureau