Cricket

ଟି-୨୦ ମ୍ୟାଚ ଖେଳିବେନି ରୋହିତ ବିରାଟ ଓ ବୁମରା

ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଟି-୨୦ ବିଶ୍ୱକପ୍ ଜିତିସାରିଛି । ଆଉ ବିଶ୍ୱକପ୍ ଜିତିସାରିବା ପରେ ଏବେ ଦଳର ୧୨ ଜଣ ଖେଳାଳି ବିଶ୍ରାମ ନେଉଛନ୍ତି । ଅନ୍ୟପଟେ ଶୁଭମନ୍ ଗିଲଙ୍କ ନେତୃତ୍ୱରେ ଏକ ଯୁବ ଟିମ ଜିମ୍ବାୱେ ବିପକ୍ଷରେ ସିରିଜ୍ ଖେଳୁଛି । ଯେଉଁଠି ଦଳ ୫ଟି ଟି-୨୦ ମ୍ୟାଚ୍ ଖେଳିବ ।ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଜିମ୍ବାୱେ ବିପକ୍ଷ ସିରିଜ୍ ପରେ ଟିମ୍ ଇଣ୍ଡିଆ ଶ୍ରୀଲଙ୍କା ଗସ୍ତରେ ଯିବ । ଆଉ ସେଠାରେ ୩ଟି ଦିନିକିଆ ଏବଂ ୫ଟି ଟି-୨୦ ମ୍ୟାଚ୍ ଖେଳିବ । ।କୁହାଯାଉଛି ଏହି ସିରିଜ୍ ପାଇଁ ରୋହିତ ଶର୍ମା, ବିରାଟ କୋହଲି ଏବଂ ଜଶପ୍ରୀତ ବୁମରାଙ୍କୁ ଦଳ ବିଶ୍ରାମ ଦେଇପାରେ । ଆଉ ତାଙ୍କ ସ୍ଥାନରେ କେ ଏଲ ରାହୁଲ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳର ଅଧିନାୟକ ଦାୟିତ୍ୱ ମିଳିପାରେ । ଶ୍ରୀଲଙ୍କା ବିପକ୍ଷ ଏହି ସିରିଜରେ ସିଲେକ୍ଟର ଉଭୟ ଫର୍ମାଟ ପାଇଁ ଭିନ୍ନ ଭିନ୍ନ ଅଧିନାୟକ ଦେଇପାରେ । ଦିନିକିଆରେ ସମ୍ଭବତଃ କେ ଏଲ ରାହୁଲ, ଟି-୨୦ରେ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ନେତୃତ୍ୱ ନେଇପାରନ୍ତି ।ସୂଚନାଯୋଗ୍ୟ ଯେ, ଆସନ୍ତା ସେପ୍ଟେମ୍ବରରୁ ଜାନୁଆରୀ ଭିତରେ ଟିମ୍ ଇଣ୍ଡିଆ ୧୦ଟି ଟେଷ୍ଟ ମ୍ୟାଚ୍ ଖେଳିବାକୁ ଯାଉଛି । ଯେଉଁଥିପାଇଁ ଏବେଠୁ ଗେମ୍ ପ୍ଲାନ୍ ପ୍ରସ୍ତୁତ ହେଲାଣି । ଏହି ୧୦ଟି ଟେଷ୍ଟ ପରେ ଦଳ ଚାମ୍ପିୟନ୍ସ ଟ୍ରଫି ମଧ୍ୟ ଖେଳିବ । ଦିନିକିଆରେ ସମ୍ଭବତଃ କେ ଏଲ ରାହୁଲ, ଟି-୨୦ରେ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ନେତୃତ୍ୱ ନେଇପାରନ୍ତି । ଆସନ୍ତା ସେପ୍ଟେମ୍ବରରୁ ଜାନୁଆରୀ ଭିତରେ ଟିମ୍ ଇଣ୍ଡିଆ ୧୦ଟି ଟେଷ୍ଟ ମ୍ୟାଚ୍ ଖେଳିବାକୁ ଯାଉଛି । ଯେଉଁଥିପାଇଁ ଏବେଠୁ ଗେମ୍ ପ୍ଲାନ୍ ପ୍ରସ୍ତୁତ ହେଲାଣି । ଏହି ୧୦ଟି ଟେଷ୍ଟ ପରେ ଦଳ ଚାମ୍ପିୟନ୍ସ ଟ୍ରଫି ମଧ୍ୟ ଖେଳିବ ।

 

Related posts

ପ୍ରଥମ ଦିନିକିଆରେ ୱେଷ୍ଟଇଣ୍ଡିଜ୍କୁ ୫ ୱିକେଟ୍ ରେ ପରାସ୍ତ କଲା ଭାରତ

Odisha Sports Bureau

ଟେଷ୍ଟ୍ ର଼୍ୟାଙ୍କିଙ୍ଗରେ ଜାଡେଜା ପୁଣି ଅଲରାଉଣ୍ଡର, ଫ୍ୟାନ୍ସଙ୍କୁ ନିରାଶ କଲେ ବିରାଟ

Odisha Sports Bureau

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ମିତାଲି ରାଜ୍, ୨୩ ବର୍ଷ ଧରି ଭାରତ ପାଇଁ ଖେଳୁଥିଲେ କ୍ରିକେଟ

Odisha Sports Bureau

Leave a Comment