Cricket

ମୁହାଁମୁହିଁ ହେବେ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଏବଂ ପାକିସ୍ତାନ

ଜାମ୍ବିଆରେ ଚାଲିଥିବା ଏସିଆନ୍ ଲିଜେଣ୍ଡସ୍ ଲିଗ୍ 2026ରେ କ୍ରିକେଟ୍ ପଡ଼ିଆରେ ପୁଣିଥରେ ମୁହାଁମୁହିଁ ହେବେ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଏବଂ ପାକିସ୍ତାନ। ଏହି ଟୁର୍ଣ୍ଣାମେଣ୍ଟରେ ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ ଏବଂ ଆଫଗାନିସ୍ତାନର ଅବସରପ୍ରାପ୍ତ କ୍ରିକେଟରମାନେ ଖେଳୁଛନ୍ତି। ଏହି କାରଣରୁ, ଏହି ଲିଗକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି।ଏସିଆନ୍ ଲିଜେଣ୍ଡସ୍ ଲିଗର ଷଷ୍ଠ ମ୍ୟାଚ୍ ରବିବାର, ଅଗଷ୍ଟ ୨ ତାରିଖରେ ଇଣ୍ଡିଆନ୍ ରୟାଲ୍ସ ଏବଂ ପାକିସ୍ତାନ ପାନ୍ଥର୍ସ ମଧ୍ୟରେ ଖେଳାଯିବ।

Asian Legends League 2026 LIVE Streaming: When And Where To Watch All  Tournament Matches Including India vs Pakistan LIVE In India, Pakistan And  Sri Lanka

ଭାରତ ପକ୍ଷରୁ ଶିଖର ଧାୱନ, ସୁରେଶ ରାଇନା, ହରଭଜନ ସିଂହ, ଦିନେଶ କାର୍ତ୍ତିକ, ଅମ୍ବାତି ରାୟୁଡୁଙ୍କ ଭଳି ଅଭିଜ୍ଞ ଖେଳାଳି ପଡ଼ିଆକୁ ଓହ୍ଲାଇବେ। ଭାରତୀୟ ଦଳ ତାର ପ୍ରଥମ ମ୍ୟାଚ୍‌ରେ ବାଂଲାଦେଶ ଟାଇଗର୍ସକୁ ୧୯ ରନ୍‌ରେ ପରାସ୍ତ କରି ଟୁର୍ଣ୍ଣାମେଣ୍ଟର ଦୃଢ଼ ଆରମ୍ଭ କରିଛି। ଅନ୍ୟପକ୍ଷରେ, ପାକିସ୍ତାନ ପାନ୍ଥର୍ସକୁ ତା’ର ପ୍ରଥମ ମ୍ୟାଚ୍‌ରେ ଏସିଆନ୍ ଷ୍ଟାର୍ସଠାରୁ ୮୫ ରନ୍‌ରେ ପରାଜୟ ସ୍ୱୀକାର କରିବାକୁ ପଡ଼ିଛି। ତେଣୁ, ଏହି ମ୍ୟାଚ୍ ପାକିସ୍ତାନ ପାଇଁ ‘କର ବା ମର’ ମ୍ୟାଚ୍‌ ପରି ହେବ।

Related posts

ଅଧିନାୟକ ରୋହିତ ଶର୍ମା କ୍ରିକେଟର ଶୁଭମନ ଗିଲଙ୍କୁ ପାଗଳ ବୋଲି କହିଛନ୍ତି

Odisha Sports Bureau

ଟି-୨୦ରେ ଏହି ଖେଳାଳୀ ହେଉଛନ୍ତି ଦଳର ମେରୁ ଦଣ୍ଡ

Odisha Sports Bureau

କାହିଁକି ୱାନ ଡେ ସିରିଜରୁ ବାଦ ପଡିଲେ ୫ ଷ୍ଟାର ପ୍ଲେୟାର?

Odisha Sports Bureau