Cricket

ଯୁବରାଜ ସିଂହ ହେଲେ ଟି୨୦ ବିଶ୍ୱକପର ଆମ୍ବାସାଡର

ନୂଆଦିଲ୍ଲୀ : ଆଇସିସି ପୁରୁଷ ଟି-୨୦ ବିଶ୍ୱକପ ୨୦୨୪ର ଆମ୍ବାସାଡର ହେଲେ ଭାରତୀୟ କିମ୍ବଦନ୍ତୀ କ୍ରିକେଟର ସିକ୍ସ ମାଷ୍ଟର ଯୁବରାଜ ସିଂହ। ଏ ନେଇ ଆଜି ଅନ୍ତର୍ଜା ତୀୟ କ୍ରିକେଟ ପରିଷଦ(ଆଇସିସି) ଘୋଷଣା କରିଛି। ବିଶ୍ୱକପ ଆଉ ମାତ୍ର ୩୬ ଦିନ ବାକି ରହିଥିବା ବେଳେ ଆଇସିସି ଯୁବରାଜଙ୍କୁ ଏହି ସମ୍ମାନରେ ସାମ୍ମାନିତ କରିଛି।
ଯୁବରାଜ ସିଂହ ୨୦୦୭ରେ ଆରମ୍ଭ ହୋଇଥିବା ପ୍ରଥମ ଟି-୨୦ ବିଶ୍ୱକପ ରେ ଗୋଟିଏ ଓଭରରେ ସର୍ବା ଧିକ ୩୬ ରନ୍ କରିଥିଲେ। ସେ ଇଂଲଣ୍ଡର ଷ୍ଟୁଆର୍ଟ ବୋର୍ଡଙ୍କ ୬ଟି ବଲ ରେ ୬ ଛକ୍କା ମାରିଥିଲେ । ପ୍ରଥମ ବିଶ୍ୱକପ୍ ମ୍ୟାଚ୍ ଭାରତ ଜିତିଥିଲା । ଏଥର ଆମେରିକା ଓ ୱେଷ୍ଟଇଣ୍ଡିଜ ରେ ବିଶ୍ୱକପ୍ ମହାକ୍ରୀଡ଼ା ଯୁଦ୍ଧର ଆରମ୍ଭ ହେବ। ଆମେରିକାରେ ହେବାକୁଥିବା ଏହାର ପ୍ରମୋସନାଲ ଇଭେଣ୍ଟରେ ଯୁବରାଜ ସିଂହ ଯୋଗ ଦେବେ। ବିଶ୍ୱକପ୍ ବିଭିନ୍ନ କାର୍ୟ୍ୟ କ୍ରମ ଏମିତିକି ୯ ଜୁନରେ ନ୍ୟୁୟର୍କରେ ହେବାକୁଥିବା ବହୁ ପ୍ରତିକ୍ଷୀତ ଭାରତ ପାକିସ୍ତାନ ମ୍ୟାଚ୍ରେ ମଧ୍ୟ ଯୁବରାଜ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହାକୁନେଇ ଯୁବରାଜ କହିଛନ୍ତି ଯେ ଟି-୨୦ ବିଶ୍ୱକପ୍କୁ ନେଇ ମୋର ବହୁତ ସୁନ୍ଦର ସ୍ମୃତି ଜଡ଼ିତ ହୋଇ ରହିଛି । ଗୋଟିଏ ଓଭରରେ ୬ଟି ଛକ୍କା , ଯାହା ଏପର୍ଯ୍ୟ ନ୍ତ ସର୍ବା ଧିକଧି ରହିଛି । ତେଣୁ ବିଶ୍ୱକପ୍ ଅଂଶ ହୋଇଥିବାରୁ ମୁଁ ବହୁତ ଖୁସି। ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ଖେଳିବା ପାଇଁ ଏକ ଭଲ ସ୍ଥାନ। ତେବେ କ୍ରିକେଟ୍ ଆମେରିକାରେ ମଧ୍ୟ ଖେଳାଯାଉଛି। ତେଣୁ ଏହାର ଅଂଶ ହେବାକୁମୁଁ ଖୁବ ଆଗ୍ରହୀ ବୋଲି ଯୁବଯୁରାଜ କହିଛହିନ୍ତି। ସୂଚନା ଅନୁଯାୟୀ ଜୁନ ୧ ତାରିଖ ଠାରୁ ଆରମ୍ଭ ହୋଇ ଜୁନ ୨୯ ତାରିଖ ପର୍ୟ୍ୟନ୍ତ ଆଇସିସି ଟି-୨୦ ପୁରୁଷ ବିଶ୍ୱକପ୍ ମ୍ୟାଚ୍ ଖେଳାଯିବ। ଏଥର ଆମେରିକା ଓ ୱେଷ୍ଟଇଣ୍ଡିଜରେ ମ୍ୟାଚ ଖେଳାଯିବ ।

Related posts

ଆଜି ଏଲିମିନେଟରରେ ମୁହାଁମୁହିଁ ହେବେ ମୁମ୍ବାଇ- ଲକ୍ଷ୍ନୌ

Odisha Sports Bureau

ଭାରତ ବନାମ ଈଣ୍ଡିଜ ଟି ୨୦- ରୋହିତଙ୍କ ନୂଆ ରେକର୍ଡ଼ କରିବା ସମ୍ଭାବନା

Odisha Sports Bureau

ସିରିଜରୁ ଓହରିଲେ ବ୍ରଡ

Odisha Sports Bureau