Cricket

ଆଇଏସ୍‌ଏଲ ଲିଗ : ଓଡ଼ିଶା ଏଫସି ତାର ପ୍ରଥମ ମ୍ୟାଚରେ ପରାଜୟ

(ଓଡ଼ିଶା ସ୍ପୋର୍ଟସ ) : ଚଳିତ ହିରୋ ଇଣ୍ଡିଆନ ସୁପର ଲିଗ୍‌(ଆଇଏସ୍‌ଏଲ)ରେ ଓଡ଼ିଶା ତା’ର ପ୍ରଥମ ମ୍ୟାଚ୍‌ରେ ଜାମସେଦପୁର ଏଫସି ଠାରୁ ପରାସ୍ତ ହୋଇଛି। ଜେଆରଡି ସ୍ପୋଟର୍‌ସ କମ୍ପ୍ଲେକ୍ସ ଠାରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚରେ ଓଡିଶା ଏଫସିକୁ ୨-୧ ଗୋଲରେ ହରାଇ ଜାମେସଦପୁର ବିଜୟ ଅଭିଯାନ ଆରମ୍ଭ କରିଛି। ଏହି ବିଜୟ ସହ ଘରୋଇ ଦଳ ପୂରା ତିନି ପଏଣ୍ଟ ହାସଲ କରିଛି। ଏହି ମ୍ୟାଚ୍‌ରେ ଜବରଦସ୍ତ ସଂଘର୍ଷ ଦେଖିବାକୁ ମିଳିଥିଲା।
ଜଣେ ଖେଳାଳିଙ୍କୁ ନାଲି କାର୍ଡ ପ୍ରଦର୍ଶନ ପରେ ଏକ ଘଣ୍ଟାରୁ ଅଧିକ ସମୟ ୧୦ ଜଣିଆ ଦଳ ନେଇ ଖେଳିଥିବା ଘରୋଇ ଜାମସେଦପୁର ଦଳ ଲଢୁଆ ଖେଳ ଜାରି ରଖି ସର୍ଜିଓ କାଷ୍ଟେଲଙ୍କ ଗୋଲ ବଳରେ ଏହି ବିଜୟ ହାସଲ କରିଛି। ଜାମସେଦପୁର ଦଳ ମ୍ୟାଚ ଆରମ୍ଭରୁ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରି ଓଡିଶା ଏଫସି ଉପରେ ଚାପ ପକାଇଥିଲା। ସପ୍ତମ ମିନିଟରେ ଘରୋଇ ଦଳକୁ ଗୋଲ ଦେବାର ପ୍ରଥମ ସୁଯୋଗ ମିଳିଥିଲା । କିନ୍ତୁ ଫାରୁକ ଚୌଧରୀ ମାରିଥିବା ଶଟ୍‌ ଓଡିଶା ଗୋଲପୋଷ୍ଟ ଉପରେ ଚାଲିଯାଇଥିଲା। ଖେଳରେ କିଛିଟା ନିୟନ୍ତ୍ରଣ ପାଇବା ପରେ ଓଡିଶା ଦଳ ମଧ୍ୟ ପ୍ରତି ଆକ୍ରମଣ କରିଥିଲା । ଚତୁର୍ଦ୍ଦଶ ମିନିଟରେ ଜେରୀ ମହମିଙ୍ଗଥାଙ୍ଗା ଗୋଲ ଦେବାର ସୁଯୋଗ ହାତଛଡା କରିଥିଲେ । ତେବେ ୧୭ତମ ମିନିଟ୍‌ରେ ଫାରୁକ ଚୌଧୁରୀ ଏକ ସୁନ୍ଦର ଗୋଲ ଦେଇ ଜାମସେଦପୁର କୁ ୧-୦ରେ ଅଗ୍ରଣୀ କରିଥିଲେ।

Related posts

୨୦୨୬ରେ ରୋହିତ ଏବଂ ବିରାଟ: ୨୦୨୬ରେ ରୋହିତ ଏବଂ ବିରାଟଙ୍କୁ କେତେ ସୁଯୋଗ ମିଳିବ?

Odisha Sports Bureau

ଭାରତ ଆଗରେ ୧୦୬ ରନର ଟାର୍ଗେଟ ଦେଲା ପାକିସ୍ତାନ

Odisha Sports Bureau

ଟିମ ଇଣ୍ଡିଆର ନୂଆ ହେଡ କୋଚ ହେଲେ ଗୌତମ ଗମ୍ଭୀର

Odisha Sports Bureau