Cricket

ବିସିସିଆଇରେ ଆରମ୍ଭ ହେଲା ଗାଙ୍ଗୁଲି ଯୁଗ

(ଓଡିଶା ସ୍ପୋର୍ଟସ):  ଆଜି ଭାରତୀୟ କିକ୍ରେଟ କଣ୍ଟ୍ରୋଲ ବୋର୍ଡ଼ର (ବିସିସିଆଇ)ସଭାପତି ଭାବରେ ଦାୟିତ୍ୱ ଗ୍ରହଣ କଲେ ସୌରଭ ଗାଙ୍ଗୁଲି । ସୌରଭ ଦାୟିତ୍ୱ ନେବା ପରେ ସୁପ୍ରିମ୍ କୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସନିକ କମିଟି (ସିଓଏ)ର ୩୩ମାସ ଧରି ଚାଲିଥିବା ଶାସନ ଯୁଗ ଶେଷ ହୋଇଛି। ବିସିସିଆଇର ଅଧ୍ୟକ୍ଷ ପଦ ପାଇଁ ଗାଙ୍ଗୁଲିଙ୍କ ନାମାଙ୍କନ ସର୍ବସମ୍ମତି କ୍ରମେ ହୋଇଛି। ଏଥିସହ ୧୯୫୪ ପରେ ପ୍ରଥମ ଥର ପାଇଁ ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ୟାପଟେନ ବିସିସିଆଇର ଅଧ୍ୟକ୍ଷ ହୋଇଛନ୍ତି।
ଗାଙ୍ଗୁଲିଙ୍କ କାର୍ୟ୍ୟକାଳ ୯ମାସ ହେବ ଏବଂ ତାଙ୍କୁ ଜୁଲାଇ ମାସରେ ପଦ ଛାଡ଼ିବାକୁ ପଡ଼ିବ, କାରଣ ନୂଆ ସମ୍ବିଧାନ ବ୍ୟବସ୍ଥା ଅନୁଯାୟୀ ୬ବର୍ଷର କାର୍ୟ୍ୟକାଳ ପରେ କୁଲିଙ୍ଗ୍ ଅଫ୍ ପିରିୟଡ ବାଧ୍ୟତାମୂଳକ ଭାବେ ଲାଗୁ ହେବ ।

Related posts

ପରବର୍ତ୍ତୀ ଅଧିନାୟକ ଲାଗି ଅଷ୍ଟ୍ରେଲିଆ ଚିନ୍ତାକରୁ : ଆଣ୍ଡ୍ରିୟୁ ମ୍ୟାକଡୋନାଲ୍ଡ

Odisha Sports Bureau

ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ବଡ଼ ଅପଡେଟ୍, ୟୁ-ଟର୍ଣ୍ଣ ମାରିପାରେ PCB

Odisha Sports Bureau

ଏସିଆ କପ୍ ୨୦୨୩ ରେ ଭାରତ-ପାକିସ୍ତାନ ମୁହାଁମୁହିଁ