More Sports

ଅନୁରାଧା ହେଲେ ଏଆଇପିଏସଏସପିବିର ଜାତୀୟ କ୍ରୀଡ଼ା ସଂଯୋଜକ

(ଓଡ଼ିଶା ସ୍ପୋର୍ଟସ ): ଅଲିମ୍ପିଆନ ଅନୁରାଧା ବିଶ୍ୱାଳଙ୍କୁ ମିଳିଛି ଆଉ ଏକ ଗୁରୁଦାୟିତ୍ୱ ଓଏନଜିସି ପକ୍ଷରୁ ଏହି ଜାତୀୟ ରେକର୍ଡଧାରୀ ହର୍ଡଲ୍ସ ତାରକାଙ୍କୁ ସର୍ବଭାରତୀୟ ପବ୍ଲିକ୍‌ ସେକ୍ଟର ସ୍ପୋଟର୍‌ସ ପ୍ରମୋଶନ ବୋର୍ଡ (ଏଆଇପିଏସଏସପିବି)ର ଜାତୀୟ କ୍ରୀଡ଼ା ସଂଯୋଜକ ନିଯୁକ୍ତ କରାଯାଇଛି। ଜାତୀୟ ସ୍ତରରେ ପ୍ରତିଭା ଅନ୍ବେଷଣ ଏବଂ ସେମାନଙ୍କୁ ଏଆଇପିଏସଏସପିବି କ୍ରୀଡ଼ା ବୃତ୍ତିଲାଗି ମନୋନୀତ କରିବାର ଗୁରୁ ଦାୟିତ୍ୱ ଏବେ ଅନୁରାଧାଙ୍କ ଉପରେ। କେବଳ ଆଥଲେଟିକ୍ସ ନୁହେଁ ତୀରନ୍ଦାଜୀ, ବ୍ୟାଡ୍‌ମିଣ୍ଟନ ଟେବୁଲ ଟେନିସ, କୁସ୍ତି ଓ ବକ୍ସିଂ ଆଦି ଲାଗି ମଧ୍ୟ ସେ ପ୍ରତିଭା ଅନ୍ବେଷଣ ଦାୟିତ୍ୱ ତୁଲାଇବେ। ୧୪ରୁ ୧୯ ବର୍ଷର ପ୍ରତିଭା ସମ୍ପନ୍ନ ଖେଳାଳିଙ୍କୁ ବର୍ଷକ ପାଇଁ ମାସିକ ୧୦,୦୦୦ ଟଙ୍କା ଲେଖାଏ ବୃତ୍ତି ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ସର୍ବଭାରତୀୟ ସ୍ତରରେ ଏପରି ଏକ ଦାୟିତ୍ୱ ପାଇଥିବାରୁ ମୁଁ ବହୁତ ଖୁସି। ମୁଁ ଜଣେ ଅଲିମ୍ପିଆନ, ଏହା ବ୍ୟତୀତ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅଭିଜ୍ଞତାକୁ ଦେଖି ମୋତେ ଏହି ଗୁରୁଦାୟିତ୍ୱ ଦିଆ ଯାଇଛି। ମୁଁ ନିଷ୍ଠାର ସହିତ ଦାୟିତ୍ୱ ତୁଲାଇବାକୁ ନିଶ୍ଚିତ ଚେଷ୍ଟା କରିବି ବୋଲି ଅନୁରାଧା ନିଜ ପ୍ରତିକ୍ରୀୟାରେ ପ୍ରକାଶ କରିଛନ୍ତି।

Related posts

ସରିଲା ବଜରଙ୍ଗ ପୁନିଆଙ୍କ ସିଜନ

Odisha Sports Bureau

ହୁଇଲ ଚେୟାର ଫେନସିଂରେ ୩ ଓଡ଼ିଆ ପ୍ରତିଯୋଗୀ

Odisha Sports Bureau

ଆଦିମ ଖେରଓ୍ବାଲ କ୍ଳବ୍ ଆନୁକୁଲ୍ୟରେ ୫୧ ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଓ ବାବୁଲ ନାଚ ଅନୁଷ୍ଠିତ

Odisha Sports Bureau