More Sports

ଦବଙ୍ଗ ଦିଲ୍ଲୀ ଏବଂ ବଙ୍ଗଳା ୱାରିୟର୍ସ ମଧ୍ୟରେ ହେବ ଟାଇଟଲ ମୁକାବିଲା

(ଓଡିଶା ସ୍ପୋର୍ଟସ): ପ୍ରୋ-କବାଡ୍ଡୀ ଲିଗ୍ ସପ୍ତମ ସିଜିନର ପ୍ର୍ରଥମ ସେମିଫାଇନାଲରେ ଦବଙ୍ଗ ଦିଲ୍ଲୀ ବିଜୟ ହାସଲ କରି ଫାଇନାଲରେ ନିଜର ସ୍ଥାନ ସୁରକ୍ଷିତ କରିଛନ୍ତି । ବୁଧବାରଦିନ ଅହମ୍ମଦାବାଦରେ ଖେଳାଯାଇଥିବା ମୁକାବିଲାରେ ଦବଙ୍ଗ ଦିଲ୍ଲୀର ଟିମ୍ ଚମ୍ପିଆନ ରହିଥିବା ବେଙ୍ଗଲୁର ବୁଲ୍ସକୁ ୪୪-୩୮ରେ ପରାସ୍ତ କରିଛି । ଏହି ବିଜୟ ସହିତ ଦବଙ୍ଗ ଦିଲ୍ଲୀ ନବୀନ କୁୁମାରଙ୍କ ଜବରଦସ୍ତ ପ୍ରଦର୍ଶନର ସାହାଯ୍ୟରେ ପ୍ରୋ-କବାଡ୍ଡୀ ଲିଗର ଇତିହାସରେ ପ୍ରଥମଥର ପାଇଁ ଫାଇନାଲରେ ନିଜର ସ୍ଥାନ ପକ୍କା କରିଛନ୍ତି । ସେହିପରି ଦିନର ଦ୍ୱିତୀୟ ସେମିଫାଇନାଲରେ ବଙ୍ଗଳା ୱାରିୟର୍ସ ୟୁ-ମୁମ୍ବାକୁ ହରାଇ ଫାଇନାଲରେ ସ୍ଥାନ ସୁରକ୍ଷିତ କରିଛନ୍ତି । ବଙ୍ଗଳା ଶେଷ ସମୟରେ ମୁମ୍ବାକୁ ୩୭-୩୫ରେ ପରାସ୍ତ କରିଛି । ଏବେ ଅହମ୍ମଦାବାଦରେ ୧୯ ଅକ୍ଟୋବରକୁ ଦବଙ୍ଗ ଦିଲ୍ଲୀ ଏବଂ ବଙ୍ଗଳା ୱାରିୟର୍ସର ଟିମ୍ ଟାଇଟଲ୍ ମୁକାବବିଲାରେ ମୁୁହାଁମୁହଁ ହେବ ।

Related posts

ଭାରତୀୟ ଖେଳାଳିଙ୍କୁ ଚୀନ ଦେଲାନି ଅନୁମତି, ଅନୁରାଗ ଠାକୁର ବାତିଲ କରିଲେ ଗସ୍ତ

Odisha Sports Bureau

କରୋନା ଭାଇରସ ଭୟରେ ଖେଳାଳୀଙ୍କ ସହିତ ହାତ ମିଳାଇବନି ଇଂଲଣ୍ଡ

ଟଏଲେଟରେ ଖାଇଲେ ଖେଳାଳି ,ଭିଡିଓ ଭାଇରଲ

Odisha Sports Bureau