Cricket

ରୋହିତ ଶର୍ମାଙ୍କ ଭବିଶ୍ୟତକୁ ନେଇ ବଡ ବୟାନ ଦେଲେ ଗିଲ୍ ।

ଭାରତୀୟ ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତକୁ ନେଇ ବଡ ବୟାନ ଦେଲେ ଅଧିନାୟକ ଶୁଭମନ୍ ଗିଲ୍ । ନିକଟରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚରେ ଭାରତ, ଆଫଗାନିସ୍ତାନକୁ ୯ ଉଇକେଟ୍‌ରେ ପରାସ୍ତ କରିଛି। ଏହା ସହିତ ଟିମ ଇଣ୍ଡିଆ, ଆଫଗାନିସ୍ତାନକୁ ଦିନିକିଆ ସିରିଜରେ କ୍ଲିନ ସ୍ବିପ୍ କରିଛି। ଏହି ସମୟରେ ଶୁଭମନ ଗିଲ, ଦିନିକିଆ ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତକୁ ନେଇ ମଧ୍ୟ ଉତ୍ତର ରଖିଛନ୍ତି ଆଉ କହିଛନ୍ତି ରୋହିତ ପ୍ରଥମ ୨ଟି ମ୍ୟାଚରେ ବଡ଼ ସ୍କୋର କରିପାରି ନଥିଲେ, କିନ୍ତୁ ତୃତୀୟ ମ୍ୟାଚରେ ସେ ୭୯ ରନର ଏକ ଦମଦାର୍ ଇନିଂସ ଖେଳିଥିଲେ।

India vs Afghanistan, 2nd ODI preview: Hungry like a debutant, Rohit Sharma targets big statement in Lucknow - India Today

ପ୍ରକୃତରେ, ଆଫଗାନିସ୍ତାନ ବିପକ୍ଷ ଏହି ସିରିଜ ଜରିଆରେ ଭାରତୀୟ ଦଳ ୨୦୨୭ ଦିନିକିଆ ବିଶ୍ୱକପ ପାଇଁ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛି। ନୂଆ ଖେଳାଳିମାନଙ୍କୁ ସୁଯୋଗ ଦେଇ ଏକ ଶ୍ରେଷ୍ଠ କମ୍ବିନେସନ (ସମୀକରଣ) ତିଆରି କରିବାକୁ ପ୍ରୟାସ କରାଯାଉଛି।

ତୃତୀୟ ଦିନିକିଆ ପରେ ପ୍ରେସ କନଫରେନ୍ସରେ ଶୁଭମନ ଗିଲଙ୍କୁ ପଚରାଯାଇଥିଲା ଯେ ଇଂଲଣ୍ଡ ଗସ୍ତରେ ଦଳର ଓପନିଂ କମ୍ବିନେସନ କିଭଳି ରହିବ? ଏହା ଉପରେ ଅଧିନାୟକ ଗିଲ କହିଛନ୍ତି, “ଯେତେବେଳେ ଆପଣଙ୍କର ସମସ୍ତ ଖେଳାଳି ଭଲ ପ୍ରଦର୍ଶନ କରୁଥାନ୍ତି, ତାହା ଏକ ଭଲ ମୁଣ୍ଡବିନ୍ଧା ରୋହିତ ଶର୍ମା ଆଫଗାନିସ୍ତାନ ବିପକ୍ଷ ଦିନିକିଆ ସିରିଜରେ ୩ଟି ମ୍ୟାଚରେ ୧୪୩ ରନ ସଂଗ୍ରହ କରିଛନ୍ତି। ଅଧିନାୟକ ଶୁଭମନ ଗିଲ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ ଖୁବ ଶୀଘ୍ର ଦଳ ଘୋଷଣା କରାଯିବ।

Related posts

ଜିମ୍ବାୱେ ଗସ୍ତ କରିଥିବା ବେଳେ ଦଳରେ ଆଉ ତିନି ଜଣ ଖେଳାଳିଙ୍କୁ ସାମିଲ

Odisha Sports Bureau

ରୋହିତଙ୍କ ପରିବର୍ତ୍ତେ ଏହି ଖେଳାଳୀଙ୍କୁ ମିଳିପାରେ ସୁଯୋଗ

Odisha Sports Bureau

ଭାରତ-ଦକ୍ଷିଣ ଆଫ୍ରିକା: ବର୍ଷା ପାଇଁ ବାତିଲ ହେଲା ପ୍ରଥମ ମୁକାବିଲା

Odisha Sports Bureau