Cricket

ଆୟରଲାଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ଉଡାଣ ଭରିଲେ ବୁମରା

ୱେଷ୍ଟଇଣ୍ଡିଜ ଠାରୁ ଟି-୨୦ ସିରିଜ ହାରିବା ପରେ ଟିମ ଇଣ୍ଡିଆ ଆୟରଲାଣ୍ଡ ଗସ୍ତ କରିଛି । ଆରଲାଣ୍ଡ ବିପକ୍ଷରେ ଟି-୨୦ ସିରିଜ ଖେଳିବ ଇଣ୍ଡିଆ । ଏଥର ଟିମର ଦାଇତ୍ୱ ନେବେ ବୁମରା । ବୁମରା ସୋସିଆଲ ମିଡିଆରେ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ଆୟରଲାଣ୍ଡ ପାଇଁ ଉଡାଣ ଭରିଛନ୍ତି । ଏଥର ବିନା କୋଚରେ ସିରିଜ ଖେଳିବ ଭାରତ ।

ଏହି ଫଟୋ ଭାଇରଲ ହେବାରେ ଲାଗିଛି । ଫ୍ୟାନ୍ସ ଦୀର୍ଘଦିନରୁ ବୁମରାଙ୍କ କମବ୍ୟାକ୍କୁ ଚାହିଁ ରହିଥିଲେ । ଆଉ ବୁମରାଙ୍କ କମବ୍ୟାକ୍ ଟିମ୍ ଇଣ୍ଡିଆ ପାଇଁ ଏସିଆ କପ୍ ଏବଂ ବିଶ୍ୱକପ ୨୦୨୩ପାଇଁ ଆଶ୍ୱସ୍ତିକର ଖବର । ଆୟରଲାଣ୍ଡ ବିପକ୍ଷରେ ଭାରତ ୩ଟି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ଖେଳିବ । ପ୍ରଥମ ମ୍ୟାଚ ୧୮ ଅଗଷ୍ଟ ଶୁକ୍ରବାର ଆରମ୍ଭ ହେବ । ଏହା ପରେ ଦ୍ୱିତୀୟ ମ୍ୟାଚ୍ ୨୦ ଅଗଷ୍ଟ ଏବଂ ତୃତୀୟ ମ୍ୟାଚ ୨୩ ଅଗଷ୍ଟରେ ଖେଳାଯିବ ।

ସେହିପରି ବିସିସିଆଇ ତରଫରୁ କିଛି ଫଟୋ ସେୟାର କରାଯାଇଛି । ଯେଉଁଥିରେ ଶିବମ ଦୁବେ, ଓ୍ଵାଶିଂଟନ ସୁନ୍ଦର ଏବଂ ଆଇପିଏଲ ଷ୍ଟାର ରିଙ୍ଗ ସିଂ ମଧ୍ୟ ନଜର ଆସିଛନ୍ତି । ଆୟରଲାଣ୍ଡ ବିପକ୍ଷ ସିରିଜ ସରିବା ପରେ ଏସିଆ କପ୍ ୨୦୨୩ ଖେଳାଯିବ ।

Related posts

ପାକିସ୍ତାନୀ ଦଳର ଚିନ୍ତା ବଢ଼ାଇ ଦେଇଛି ଜ୍ୱର ଏବଂ ଶାରିରୀକ ଆଘାତ

Odisha Sports Bureau

ଇତିହାସ ରଚିଲେ ରିଙ୍କୁ ସିଂହ, ଧୋନିଙ୍କ 15 ବର୍ଷର ପୁରୁଣା IPL ‘ମହାରେକର୍ଡ’ ଭାଙ୍ଗିଲେ

Odisha Sports Bureau

ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବାକୁ ଭାରତ ଆସିବେ ପାକିସ୍ତାନର ପ୍ରତିନିଧି

Odisha Sports Bureau