Cricket

୩୪୫ରେ ଅଟକିଲା ଭାରତ

କାନପୁର: ଭାରତ-ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ଶେଷ ହୋଇଛି ଭାରତର ପ୍ରଥମ ଇନିଂସ । ମୋଟ ୩୪୫ ରନ ମଧ୍ୟରେ ଅଟକିଛି ଭାରତ । ଦଳ ତରଫରୁ ସର୍ବାଧିକ ରନ ସଂଗ୍ରହ କରିଛନ୍ତି ଡେବ୍ୟୁଟାଣ୍ଟ ଶ୍ରେୟସ ଅୟର । ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ଟିମ ସାଉଦି ସର୍ବାଧିକ ୫ଟି ୱିକେଟ ଅକ୍ତିଆର କରିଛନ୍ତି ।

Kanpur Test: Kiwis bowl out India for 345 | Cricket News | Onmanorama
ପ୍ରଥମ ଦିନରେ ଭାରତ ୪ ୱିକେଟ ହରାଇ ୨୫୮ ରନ ସଂଗ୍ରହ କରିଥିଲା । ତେବେ ଦ୍ୱିତୀୟ ଦିନରେ ଡେବ୍ୟୁଟାଣ୍ଟ ଶ୍ରେୟସ ଆୟର ଶତକ ହାସଲ କରିଥିଲେ । ତେବେ ଦ୍ୱିତୀୟ ଦିନରେ ଭାରତର ଖେଳାଳୀମାନେ କିୱି ବୋଲରଙ୍କ ଦ୍ରୁତ ବୋଲିଂ ଆଗରେ ଛତ୍ରଭଙ୍ଗ ଦେଇଥିଲେ । ଅନ୍ୟ କୌଣସି ଖେଳାଳୀ ବଡ ସ୍କୋର କରିବାରେ ସକ୍ଷମ ହୋଇ ପାରିନଥିଲେ । ଶ୍ରେୟସଙ୍କ ପରେ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଏବଂ ଓପନର ଶୁଭମନ ଗିଲ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ରବିଚନ୍ଦ୍ରନ ଅଶ୍ୱୀନ ମଧ୍ୟ ୩୮ ରନ କରି ପାଭିଲିୟନ ଫେରିଥିଲେ । ଶେଷରେ ଭାରତ ୩୪୫ ରନ କରି ଅଲଆଉଟ ହୋଇଛି ।
ନ୍ୟୁଜିଲାଣ୍ଡ ତରଫରୁ ବୋଲିଂ କରି ଦ୍ରୁତ ବୋଲର ଟିମ ସାଉଦି ସର୍ବାଧିକ ୱିକେଟ ହାସଲ କରିଥିଲେ । ତାଙ୍କ ବ୍ୟତୀତ କାଏଲ ଜାମିସନ ୩ଟି ଏବଂ ଅଜାଜ ପଟେଲ ୨ଟି ୱିକେଟ ଅକ୍ତିଆର କରିଛନ୍ତି ।

Related posts

ଅଷ୍ଟମ ଥର ପାଇଁ ଶ୍ରୀଲଙ୍କାକୁ ହରାଇ ଏସିଆ କପ୍ ଚମ୍ପିଆନ୍ ଟ୍ରଫି ଜିତିଛି ଟିମ୍ ଇଣ୍ଡିଆ

Odisha Sports Bureau

ପାଖେଇ ଆସୁଛି ଦିନିକିଆ ବିଶ୍ୱକପ୍‌ ୨୦୨୩, ବର୍ଷା ହେଲେ କଭର ହେବ ପୁରା ଷ୍ଟାଡିୟମ୍‌

ଶୁଭେନ୍ଦୁ ସରକାର ଆସୁ ଆସୁ ଗାଙ୍ଗୁଲିଙ୍କ ସୁରକ୍ଷା ହ୍ରାସ…