Cricket

୮ ଓ୍ୱିକେଟରେ ଜିତିନେଇଛି ନ୍ୟୁଜିଲାଣ୍ଡ ଟିମ

ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚକୁ ୮ ଓ୍ୱିକେଟରେ ଜିତିନେଇଛି ନ୍ୟୁଜିଲାଣ୍ଡ ଟିମ । ନ୍ୟୁଜିଲାଣ୍ଡକୁ ଜିତିବା ପାଇଁ ଭାରତ ୧୦୭ ରନ୍‌ ଟାର୍ଗେଟ ଦେଇଥିଲା । ଶେଷ ଦିନରେ ଓଦା ଫିଲ୍ଡ ଯୋଗୁଁ ବିଳମ୍ବରେ ଖେଳ ଆରମ୍ଭ ହୋଇଥିବା ସତ୍ତ୍ୱେ ନ୍ୟୁଜିଲାଣ୍ଡ ଲଞ୍ଚ ବ୍ରେକ ପୂର୍ବରୁ ମ୍ୟାଚ ଜିତିନେଇଛି । ଏହାସହିତ ଟିମ୍‌ ୩ଟି ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି । ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ୨୪ ଅକ୍ଟୋବର ପୁଣେରେ ଖେଳାଯିବ । ତେବେ ନ୍ୟୁଜିଲାଣ୍ଡ ୩୬ ବର୍ଷ ପରେ ଭାରତ ମାଟିରେ ଟେଷ୍ଟ ମ୍ୟାଚ ଜିତିଛି । ୧୯୮୮ରେ ଓ୍ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଭାରତକୁ ୧୩୬ ରନରେ ହରାଇଥିଲା ନ୍ୟୁଜିଲାଣ୍ଡ । ଭାରତୀୟ ମାଟିରେ ନ୍ୟୁଜିଲାଣ୍ଡ ତୃତୀୟ ଟେଷ୍ଟ ମ୍ୟାଚ ବିଜୟ । ୧୯୬୯ରେ ନାଗପୁରରେ ପ୍ରଥମ ଟେଷ୍ଟ ଜିତିଥିଲା ନ୍ୟୁଜିଲାଣ୍ଡ । ୩୫୬ ରନ ଆଗୁଆ ରହିଥିବା ନ୍ୟୁଜିଲାଣ୍ଡ ଟିମକୁ ପିଛା କରି ଭାରତ ଦ୍ୱିତୀୟ ଇନିଂସରେ ୪୬୨ ରନ୍‌ କରିଥିଲା । ଯାହାକୁ ନ୍ୟୁଜିଲାଣ୍ଡ ଟିମ୍‌ ଶେଷ ଦିନରେ ୨ ଓ୍ୱିକେଟ ହରାଇ ଭାରତ ଦେଇଥିବା ୧୦୭ ରନର ଟାଗେର୍ଟକୁ ପୂରଣ କରିଛି ।

Related posts

ୱାର୍ଣ୍ଣରଙ୍କୁ ଆଉ ଟେଷ୍ଟ ଜର୍ସିରେ ଦେଖିବାକୁ ପାଇବେନି ଦର୍ଶକ

Odisha Sports Bureau

ଶୋଏବଙ୍କ ସହ ଛାଡପତ୍ର ପରେ ପ୍ରଥମ ଇନଷ୍ଟାଗ୍ରାମ ପୋଷ୍ଟ ସେୟାର କଲେ ସାନିଆ ମିର୍ଜା

Odisha Sports Bureau

ଆଇପିଏଲକୁ ମିଳିବ ନୂଆ ଚାମ୍ପିଅନ : ୫ ୱିକେଟରେ ମୁମ୍ବାଇକୁ ହରାଇ ଫାଇନାଲରେ ପଞ୍ଜାବ