Cricket

ଟିମ୍ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା, ଖେଳିବେନି ଏହି ଖେଳାଳି

ନୂଆଦିଲ୍ଲୀ: ଟି20 ୱାର୍ଲ୍ଡ କପ୍ 2026 ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଗୋଟେପଟେ ଆଶ୍ୱସ୍ଥି ମିଳିଥିବା ବେଳେ ଅନ୍ୟପଟେ ଚିନ୍ତା ମଧ୍ୟ ବଢ଼ିଛି। ଘାତକ ଅଲରାଉଣ୍ଡର ୱାଶିଂଟନ ସୁନ୍ଦର ସୁସ୍ଥ ହେଉଥିବା ସତ୍ତ୍ୱେ ଟୁର୍ନାମେଣ୍ଟ ପୂର୍ବରୁ ସମ୍ପୂର୍ଣ୍ଣ ଫିଟ୍ ହେବେ କି ନାହିଁ, ସେନେଇ ସନ୍ଦେହ ରହିଛି। ଏହି କାରଣରୁ ଟିମ୍ ମ୍ୟାନେଜମେଣ୍ଟ କୌଣସି ପ୍ରକାର ଚାନ୍ସ ନେବାକୁ ଚାହୁଁନାହିଁ । ବେଙ୍ଗାଲୁରୁ ସ୍ଥିତ ବିସିସିଆଇ ସେଣ୍ଟର ଅଫ୍ ଏକ୍ସିଲେନ୍ସରେ ୱାଶିଂଟନ ସୁନ୍ଦର ପୁଣିଥରେ ବ୍ୟାଟିଂ ପ୍ରାକ୍ଟିସ ଆରମ୍ଭ କରିଛନ୍ତି। ନେଟ୍ସରେ ତାଙ୍କର ଫେରା ରିକଭରି ସଠିକ୍ ଦିଗରେ ଥିବାର ସଙ୍କେତ ଦେଉଛି।

ସୁନ୍ଦର କିଛି ସମୟ ଧରି ଆହତ ହୋଇ ଚିକିତ୍ପସିତ ହେଉଥିଲେ । ପ୍ରଥମେ ଏହାକୁ ସାଧାରଣ ସାଇଡ୍ ସ୍ଟ୍ରେନ୍ ବୋଲି ଧରାଯାଇଥିଲା, କିନ୍ତୁ ପରବର୍ତ୍ତୀ ତଦନ୍ତରେ ହଲୁକା ଫ୍ରାକ୍ଚର ଥିବା ଜଣାପଡ଼ିଥିଲା। ଏହି କାରଣରୁ ସେ ଦୀର୍ଘ ସମୟ ଧରି କ୍ରିକେଟ୍ ଠାରୁ ଦୂରେଇ ରହିଥିଲେ। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଏବେ ଧୀରେଧୀରେ ଟ୍ରେନିଂ ଆରମ୍ଭ କରାଯାଇଛି। ଟି20 ୱାର୍ଲ୍ଡ କପ୍‌ରେ ଭାରତର ପ୍ରଥମ ମ୍ୟାଚ୍ 7 ଫେବୃଆରୀରେ ରହିଛି। ହେଲେ ବର୍ତ୍ତମାନ ସ୍ଥିତିକୁ ଦେଖିଲେ ସୁନ୍ଦରଙ୍କ ସେହି ମ୍ୟାଚ୍ ଖେଳିବା ସମ୍ଭାବନା କମ୍ ବୋଲି ମନାଯାଉଛି। ଫେବୃଆରୀ ପ୍ରଥମ ସପ୍ତାହରେ ତାଙ୍କ ଫିଟ୍ନେସ୍‌ର ପୁନଃମୂଲ୍ୟାୟନ କରାଯିବ।

Related posts

ଆଜି ମ୍ୟାଚରେ ପ୍ରଥମକୁ ଭେଟିବ ଦ୍ୱିତୀୟ

Odisha Sports Bureau

ଆଇପିଏଲ ଖେଳିବେ କଂଗ୍ରେସ ନେତା ପପ୍ପୁ ଯାଦବଙ୍କ ପୁଅ

Odisha Sports Bureau

ବାଂଲାଦେଶ ପରେ ପାକିସ୍ତାନ ବି ବାହାରିପାରେ T20 ବିଶ୍ଵ କପରୁ, ସାମ୍ନାକୁ ଆସିଲା ନୂଆ ରିପୋର୍ଟ

Odisha Sports Bureau