Cricket

ବିଶ୍ଵକପ୍ ୨୦୨୬: ଭାରତ-ପାକିସ୍ତାନ ପାଇଁ ଶ୍ରୀଲଙ୍କାରେ ସୁରକ୍ଷା କଡାକଡି

ନୂଆଦିଲ୍ଲୀ: ଟି20 ବିଶ୍ବକପ୍ 2026 7 ଫେବୃଆରୀରୁ ଆରମ୍ଭ ହେବାକୁ ଯାଉଛି । ଏହି ଟୁର୍ନାମେଣ୍ଟର ସବୁଠୁ ଅଧିକ ଆକର୍ଷଣୀୟ ଏବଂ ହାଇ-ଭୋଲଟେଜ୍ ମ୍ୟାଚ୍ 15 ଫେବୃଆରୀରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ। ଏହି ମୁକାବିଲା ଶ୍ରୀଲଙ୍କାର କୋଲମ୍ବୋ ସହରରେ ଆୟୋଜିତ ହେବ। ଭାରତ–ପାକିସ୍ତାନ ମ୍ୟାଚ୍‌କୁ ନେଇ ଶ୍ରୀଲଙ୍କା ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ସର୍ବାଧିକ ପ୍ରାଥମିକତା ଦିଆଯାଉଛି। ଶ୍ରୀଲଙ୍କାର କ୍ରୀଡା ମନ୍ତ୍ରୀ ସୁନିଲ କୁମାରା କହିଛନ୍ତି ଯେ, ଟୁର୍ନାମେଣ୍ଟ ସମୟରେ କୌଣସି ପ୍ରକାର ଅସୁବିଧା ନ ହେବା ପାଇଁ ଏହି ମ୍ୟାଚ୍‌ରେ ବିଶେଷ ସତର୍କତା ଅବଲମ୍ବନ କରାଯାଉଛି।

ନ୍ୟୁଜ୍ ଏଜେନ୍ସି AFP ସହ କଥାବାର୍ତ୍ତା କରି କ୍ରୀଡା ମନ୍ତ୍ରୀ କହିଛନ୍ତି, “ଭାରତ–ପାକିସ୍ତାନ ମ୍ୟାଚ୍ ଉପରେ ଆମେ ବିଶେଷ ଧ୍ୟାନ ଦେଉଛୁ।” ଦୁଇ ଦେଶର ଦଳଙ୍କ ସୁରକ୍ଷା ପାଇଁ ବିଶେଷ କମାଣ୍ଡୋ ୟୁନିଟ୍ ମୁତୟନ କରାଯିବ। ଅଧିକାରୀଙ୍କ କହିବା ଅନୁସାରେ, ଦଳଗୁଡ଼ିକ ଏୟାରପୋର୍ଟରେ ପହଞ୍ଚିବାରୁ ନିଜ ନିଜ ବିମାନକୁ ଫେରିବା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସମୟ ଆର୍ମ୍ଡ ଗାର୍ଡଙ୍କ ସୁରକ୍ଷାରେ ରହିବେ।

Related posts

ଡିଫେଣ୍ଡିଂ ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ WPL 2026 ଜର୍ସି ଲଞ୍ଚ କଲା…

Odisha Sports Bureau

ଆଗାମୀ ୫ ବର୍ଷ ମଧ୍ୟରେ ୮୨୦୦ କୋଟି ଟଙ୍କା ଆୟ କରିବ ବିସିସିଆଇ

Odisha Sports Bureau

ଗାନ୍ଧୀ ପଡିଆ ଠାରେ ସୋନପୁର ପ୍ରିମିଅର ଲିଗ ୩  ଉଦ୍ଘାଟିତ