Cricket

ଗାନ୍ଧୀ ପଡିଆ ଠାରେ ସୋନପୁର ପ୍ରିମିଅର ଲିଗ ୩  ଉଦ୍ଘାଟିତ

ସୋନପୁର : ଆଜି ସକାଳ ସୋନପୁର ପ୍ରିମିଅର ଲିଗ  (SPL-3 )ର ଶୁଭ ଉଦ୍ଘାଟନ  ସ୍ଥାନୀୟ ଗାନ୍ଧୀ ପଡ଼ିଆରେ ଅନୁଷ୍ଠିତ ହୋଇ ଯାଇଛି l ଏହି ଅବସରରେ ସୋନପୁର ପୌର ପରିଷଦ ଅଧ୍ୟକ୍ଷା ତାମସି ତାମସ୍ମିତା ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖେଳ କୁ ଉଦଘାଟନ କରିଥିଲେ l ସମ୍ମାନିତ ଅତିଥି ଭାବରେ କାଉନସିଲର ତଥା ଜିଲ୍ଲା କ୍ରୀଡ଼ା ସଂଘ ସଂପାଦକ ପୀୟୂଷ କୁମାର ପଣ୍ଡା, ଏସ ପି ଏଲ୍ କମିଟି ଅଧ୍ୟକ୍ଷ ବି.ସତ୍ୟ ନାରାୟଣ ରାଓ, ସଂପାଦକ ନବ କିଶୋର ମିଶ୍ର, ଜିଲ୍ଲା କ୍ରିକେଟ ସଂଘ ସଭାପତି ପ୍ରଦୀପ କୁମାର ସେଠୀ ଯୋଗ ଦେଇ ଖେଳାଳି ଙ୍କୁ ଉତ୍ସାହିତ କରିଥିଲେ l ରାମ ଇଲେଭେନ୍ ଓ ବିଜୟ ଫାଇଟର ଦଳ ମଧ୍ୟରେ ଆଜି ର ଉଦଘାଟନୀ ମ୍ୟାଚ ଅନୁଷ୍ଠିତ ହୋଇଥିବା ବେଳେ ୨୦ ଓଭର ବିଶିଷ୍ଟ ମ୍ୟାଚ ରେ ରାମ ଇଲେଭେନ୍ ଦଳ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ ବିନିମୟରେ ବିଜୟ ଫାଇ ଟର ଦଳ କୁ ୧୫୭  ରନ୍ ଟାର୍ଗେଟ ଦେଇଛି l ଦଳ ପକ୍ଷରୁ ଗୋବିନ୍ଦ ପାତ୍ର ସର୍ବାଧିକ ୯୪ ରନ୍ ସଂଗ୍ରହ କରି ଥିବା ବେଳେ ଶଙ୍କର ଘଡିଆ ୨ ଟି ଓ ଗଣେଶ ମହାପାତ୍ର ୨ ଗୋଟି ୱିକେଟ ହାସଲ କରିଥିଲେ l ମ୍ୟାଚ ର ଦ୍ଵିତୀୟ ଇନିଂସ ରେ ବିଜୟ ଫାଇଟର ଦଳ ୧୪ ଓଭର ରେ ମାତ୍ର ୨ ୱିକେଟ ହରାଇ ୧୫୯ ରନ କରି ୮ ୱିକେଟ ରେ ସହଜ ବିଜୟ ହାସଲ କରିଥିଲା l ଦଳ ପକ୍ଷରୁ ଶଙ୍ଖ ଘଡିଆ ୫୫ ରନ, ସିକନ୍ ସେଠୀ ଅପରାଜିତ ୬୮ ରନ ସଂଗ୍ରହ କରି ଥିବା ବେଳେ ବିଷ୍ଣୁ ନାୟକ ଓ ମନୋଜ ବଡଚାଟ ୧ ଟି ଲେଖାଏଁ ୱିକେଟ ହାସଲ କରି ଥିଲେ l ଆଜି ର ଉଦଘାଟନୀ ସଭା ଓ ଖେଳ ର ପ୍ରତ୍ୟକ୍ଷ ଧାରା ବିବରଣୀ ପ୍ରଦାନ କରିଥିଲେ ବି.ଏସ.ରାଓ l ଅମ୍ପାୟାର ଶ୍ରିବନ୍ତ ନାୟକ ଓ ସୁଶାନ୍ତ ସେଠ ଖେଳ ପରିଚାଳନା କରିଥିବା ବେଳେ ଦିନେଶ ଘିବିଲା ଓ ବିଶ୍ଵନାଥ ନାୟକ ସ୍କୋରର ଦାୟିତ୍ବ ତୁଲାଇ ଥିଲେ l

Related posts

ଟିମ ଉପରେ ବର୍ଷିଲେ ବିରାଟ

Odisha Sports Bureau

ଟି-୨୦ ବିଶ୍ୱକପ ୨୦୨୬ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା କରିଛି

Odisha Sports Bureau

ସୁପର–୮ ପୂର୍ବରୁ ଦଳରେ ଯୋଗଦେବେ ରିଙ୍କୁ ସିଂ, ବାପା ଦେଲେ ଅପଡେଟ୍

Odisha Sports Bureau