Uncategorized

ଟି୨୦ ବିଶ୍ୱକପ ପୂର୍ବରୁ ଆମେରିକା କ୍ରିକେଟ ଦଳକୁ ବଡ଼ ଝଟକା

ମ୍ୟାଚ୍ ଫିକ୍ସିଂ ଅଭିଯୋଗ ପରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଆମେରିକୀୟ ବ୍ୟାଟସମ୍ୟାନ୍ ଆରୋନ୍ ଜୋନ୍ସଙ୍କ ପାଇଁ ଅସ୍ଥାୟୀ ନିଲମ୍ବନ ଜାରି କରିଛି । ବାର୍ବାଡସ୍‌ରେ ଆୟୋଜିତ ଏକ କ୍ରିକେଟ୍‌ ଲିଗ୍‌ ଅବସରରେ ଆରୋନ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ମ୍ୟାଚ୍‌ ଫିକ୍ସିଂରେ ଜଡ଼ିତ ଥିବାର ପ୍ରମାଣ ମିଳିବା ପରେ ଆଇସିସି ତାଙ୍କ ବିରୋଧରେ ଏଭଳି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ତେବେ ନିଜ ପକ୍ଷ ରଖିବାକୁ ଆରୋନଙ୍କୁ ୧୪ ଦିନର ସମୟ ଦେଇଛି ଆଇସିସି ।

Here's why USA dropped Aaron Jones from the ODI squad for World Cup League  2 tri-series | Cricket Times

୩୧ବର୍ଷୀୟ ଆରୋନ ସଂପ୍ରତି ବିଶ୍ବକପ୍‌ ଲାଗି ଶ୍ରୀଲଙ୍କାରେ ପ୍ରସ୍ତୁତି କରୁଛନ୍ତି। ଏଭଳି ସ୍ଥିତିରେ ଆଇସିସିର ଏହି କାର୍ଯ୍ୟାନୁଷ୍ଠାନ ଆମେରିକୀୟ କ୍ରିକେଟ୍‌ ଦଳ ପାଇଁ ଏକ ଶକ୍ତ ଝଟକା ହୋଇଛି। କାରଣ ଆମେରିକା ଏପର୍ଯ୍ୟନ୍ତ ବିଶ୍ବକପ୍‌ ଦଳ ଘୋଷଣା କରି ନଥିଲେ ମଧ୍ୟ ଆରୋନ ଏଥିରେ ସ୍ଥାନ ପାଇବାର ଯଟେଷ୍ଟ ସମ୍ଭାବନା ଥିଲା। ସେ ଆମେରିକା ପକ୍ଷରୁ ୫୨ ଦିନିକିଆ ଏବଂ ୪୮ ଟ୍ବେଣ୍ଟି-୨୦ ଖେଳିଛନ୍ତି। ୨୦୧୯ରେ ଅନ୍ତର୍ଜାତୀୟ କ୍ୟାରିୟର୍‌ ଆରମ୍ଭ କରିଥିଲେ। ୨୦୨୪ ମସିହାରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ କାନାଡା ବିପକ୍ଷରେ ସେ ୪୦ ବଲ୍‌ରୁ ୯୦ ରନ୍‌ର ବିସ୍ଫୋରକ ଓ ମ୍ୟାଚ୍‌ ବିଜୟୀ ପାଳି ଖେଳିଥିଲେ।

USA can beat any team in the world': Aaron Jones…

Related posts

ସେପ୍ଟେମ୍ବର ୧୫ରୁ ଆରମ୍ଭ ହେବାକୁ ଯାଉଛି ଓଡ଼ିଶା ପ୍ରୋ ଟି-୨୦ ଲିଗ୍‌

Odisha Sports Bureau

ଆସନ୍ତା ୯ରୁ ଜାତୀୟ ଭାରୋତ୍ତୋଳନ ଚାମ୍ପିଅନ୍‌ସିପ୍‌

Odisha Sports Bureau

IWF ବିଶ୍ୱ ଯୁବ ଚାମ୍ପିଅନସିପ୍ ୨୦୨୪ରେ ଓଡ଼ିଆ ଝିଅଙ୍କ ଚମକ