Cricket

ଭାରତକୁ ୨୧୬ ରନର ଟାର୍ଗେଟ୍, ଟିମ୍ ସିଫର୍ଟଙ୍କ ତୁଫାନି ଅର୍ଧଶତକ

ଆନ୍ଧ୍ରପ୍ରଦେଶ: ବିଶାଖାପାଟଣାରେ ଖେଳାଯାଉଥିବା ଚତୁର୍ଥ ଟି-20 ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରି 215 ରନ୍‌ର ବିଶାଳ ସ୍କୋର ଗଢ଼ିଛି। ଟସ୍ ଜିତି ଭାରତୀୟ ଦଳ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା, କିନ୍ତୁ କୀୱି ବ୍ୟାଟରମାନେ ଭାରତୀୟ ବୋଲରଙ୍କୁ ଭାରି ଚାପରେ ରଖିଥିଲେ। ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଟିମ୍ ସିଫର୍ଟ ସବୁଠୁ ଆକ୍ରମଣାତ୍ମକ ବ୍ୟାଟିଂ କରି 36 ବଲରେ 62 ରନ୍ କରିଥିଲେ। ତାଙ୍କ ପାଳିରେ 7ଟି ଚୌକା ଓ 3ଟି ଛକା ରହିଥିଲା। ସେ ମାତ୍ର 25 ବଲରେ ନିଜ ଅର୍ଧଶତକ ପୂରଣ କରିଥିଲେ।

ଟିମ୍ ସିଫର୍ଟ ଓ ଡେଭନ୍ କନୱେ ମିଶି ପାୱରପ୍ଲେରେ 71 ରନ୍ ଯୋଗ କରିଥିଲେ, ଯାହା ଭାରତ ବିରୋଧରେ ନ୍ୟୁଜିଲ୍ୟାଣ୍ଡର ସର୍ବାଧିକ ପାୱରପ୍ଲେ ସ୍କୋର। ମିଡଲ୍ ଓଭରରେ ନ୍ୟୁଜିଲ୍ୟାଣ୍ଡ 37 ରନ୍ ମଧ୍ୟରେ 4ଟି ୱିକେଟ୍ ହରାଇଥିଲା, ତଥାପି ରନ୍ ରେଟ୍ ଉଚ୍ଚ ରହିଥିଲା। ଡେରିଲ୍ ମିଚେଲ୍ 18 ବଲରେ 39 ରନ୍ କରି ଦଳକୁ 200 ରନ୍ ପାର କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ। ତାଙ୍କ ପାଳିରେ 2ଟି ଚୌକା ଓ 3ଟି ଛକା ରହିଥିଲା।

ଭାରତୀୟ ବୋଲରଙ୍କ ମଧ୍ୟରୁ ହର୍ଷିତ୍ ରାଣା ସବୁଠୁ ମହଙ୍ଗା ସାବିତ୍ର ହୋଇଥିଲେ। ସେ 4 ଓଭରରେ କୌଣସି ୱିକେଟ୍ ନେଇପାରିନଥିବା ସହ 54 ରନ୍ ଦେଇଥିଲେ। ରବି ବିଷ୍ଣୋଇ 49 ରନ୍ ଦେଇ 1 ୱିକେଟ୍ ନେଇଥିବା ବେଳେ, ଯଶପ୍ରୀତ୍ ବୁମ୍ରାହ ମଧ୍ୟ 9.50 ଇକୋନୋମି ରେଟ୍‌ରେ ରନ୍ ଦେଇଥିଲେ।ଭାରତ ପକ୍ଷରୁ ଅର୍ଶଦୀପ୍ ସିଂହ ସବୁଠୁ ସଫଳ ବୋଲର ରହିଥିଲେ। ସେ 4 ଓଭରରେ 33 ରନ୍ ଦେଇ 2ଟି ୱିକେଟ୍ ନେଇଥିଲେ। କୁଲଦୀପ୍ ଯାଦବ ମଧ୍ୟ 2 ଜଣ କୀୱି ବ୍ୟାଟରଙ୍କୁ ଆଉଟ୍ କରିଥିଲେ।

Related posts

ଯଦି ବର୍ଷା ହୁଏ…ଗୁଜରାଟ ହାତେଇ ପାରେ କପ!

ଚେନ୍ନାଇ ସୁପର କିଙ୍ଗସରେ ମିଶିଲେ ଦ୍ରୁତ ବୋଲର ରିଚାର୍ଡ ଗ୍ଲିସନ୍

Odisha Sports Bureau

ଦିନିକିଆ ପ୍ରତିଶୋଧ ନେଲା ଭାରତ, ୪୮ ରନରେ ହାରିଲା ନ୍ୟୁଜଲ୍ୟାଣ୍ଡ

Odisha Sports Bureau