Cricket

ଏଣେକି ପଡିଆରେ ଆଘାତ ହେଲେ ଚିକିତ୍ସା ପାଇଁ ମିଳିବ ୪ମିନିଟ ସମୟ

ଦୁବାଇ:  ଆଇସିସି ପକ୍ଷରୁ କ୍ରିକେଟ ନିୟମରେ ବଡ ପରିବର୍ତ୍ତନ ଅଣାଯାଇଛି। ଏହା ମଧ୍ୟରେ ରେଫରାଲ୍‌ ବା ଡିଆରଏସ୍‌ ସମେତ କନ୍‌କସନ ସବ୍‌ଷ୍ଟିଚ୍ୟୁଟ୍‌ ସାମିଲ ରହିଛି। ଏହି ନୂତନ ନିୟମଗୁଡିକ ଜାନୁଆରୀ ୧୨ ତାରିଖରୁ ଲାଗୁ କରାଯିବ ବୋଲି କୁହାଯାଉଛି । ପୂର୍ବରୁ ଷ୍ଟମ୍ପିଂ ଆବେଦନ ସମୟରେ କଟ୍‌ ବିହାଇଣ୍ଡ ଚେକ୍‌ କରାଯାଉଥିଲା। ତେବେ ବର୍ତ୍ତମାନ ନୂତନ ନିୟମ ଅନୁଯାୟୀ ଏହାକୁ ପରିବର୍ତ୍ତନ କରାଯାଇଛି। ସମୟ ବଞ୍ଚାଇବା ପାଇଁ ଆଇସିସି ପକ୍ଷରୁ ଏହି ନିୟମ ଲାଗୁ କରାଯାଇଛି। ଯଦି କୌଣସି ଟିମ୍‌ କଟ୍‌ ବିହାଇଣ୍ଡ ଅପିଲ୍‌ କରୁଛନ୍ତି ତେବେ ତାଙ୍କୁ ଏଥିପାଇଁ ଡିଆରଏସ୍‌ର ବ୍ୟବହାର କରିବାକୁ ହେବ। ଭାରତ ବିପକ୍ଷ ସିରିଜ୍‌ରେ ଅଷ୍ଟ୍ରେଲିଆର ଉଇକେଟ କିପର ଆଲେକ୍ସ କେରୀ ଏଭଳି କରୁଥିବାର ଦେଖିବାକୁ ମିଳିଥିଲା। ଡିଆରଏସ୍‌ ନ ହରାଇ ସେ ଷ୍ଟମ୍ପିଂ ଆବେଦନ କରୁଥିବା ବେଳେ ଆପେ ଆପେ କଟ୍‌ ବିହାଇଣ୍ଡ ଚେକ୍‌ ମଧ୍ୟ ହେଉଥିଲା। ଏଥିରେ ଅଯଥା ସମୟ ଅପଚୟ ହେଉଥିବାରୁ ଏହାକୁ ରୋକିବା ପାଇଁ ଆଇସିସି ପକ୍ଷରୁ ନିୟମରେ ପରିବର୍ତ୍ତନ ଅଣାଯାଇଛି। ସେହିପରି କନ୍‌କସନ୍‌ ସବ୍‌ଷ୍ଟିଚ୍ୟୁଟ୍‌ ନିୟମରେ ମଧ୍ୟ ଆଇସିସି ଏକ ପରିବର୍ତ୍ତନ ଆଣିଛି। ଯଦି ଆହତ ହୋଇଥିବା ଖେଳାଳିଙ୍କ ବୋଲିଂ କରିବା ଉପରେ ରୋକ ଲଗାଯାଇଥାଏ ତେବେ ସବ୍‌ଷ୍ଟିଚ୍ୟୁଟ୍‌ ଖେଳାଳି ମଧ୍ୟ ବୋଲିଂ କରିପାରିବେ ନାହିଁ ବୋଲି ନିୟମ ଲାଗୁ କରାଯାଇଛି। ଏହା ସହିତ ପଡିଆରେ ଆଘାତ ଚିକିତ୍ସା ପାଇଁ ୪ ମିନିଟରୁ ଅଧିକ ସମୟ ନେଇ ହେବ ନାହିଁ ବୋଲି ଆଇସିସି ପକ୍ଷରୁ କୁହାଯାଇଛି। ଏହା ସହିତ ପୂର୍ବରୁ ବିସିସିଆଇ ପକ୍ଷରୁ ରହିଥିବା ଡେଡ୍‌ ବଲ୍‌ ଓ ଓଭରରେ ଦୁଇଟି ବାଉନ୍ସର ନିୟମ ଲାଗୁ ରହିବ ବୋଲି କୁହାଯାଇଛି।

Related posts

ଭାରତ ଜିତିବା ପରେ ଖୁସି ବ୍ୟକ୍ତ କରିଛନ୍ତି ବିରାଟ କୋହଲି

ଏହି ICC ପୁରସ୍କାର ପାଇଁ ବୁମରାହ ଏବଂ ସାମସନଙ୍କ ମଧ୍ୟରେ ପ୍ରତିଯୋଗିତା, କିଏ ଜିତିବ?

Odisha Sports Bureau

ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତି ନେଲା ୱେଷ୍ଟଇଣ୍ଡିଜ୍

Odisha Sports Bureau