Cricket

ବିଶ୍ୱର ସବୁଠୁ ଧନୀ କ୍ରିକେଟର

(ଓଡିଶା ସ୍ପୋର୍ଟ): ବିଶ୍ୱର ସବୁଠୁ ଧନୀ କ୍ରିକେଟରଙ୍କ ତାଲିକାରେ ଟପ୍ ୧୦ ମଧ୍ୟରେ ମୋଟ ୫ ଭାରତୀୟ କ୍ରିକେଟର ରହିଛନ୍ତି। ପ୍ରଥମ ୪ ଜଣ ଭାରତୀୟ ଷ୍ଟାର। ଭାରତୀୟ ଅଧିନାୟକ ବିରାଟ କୋହଲି ତାଲିକାର ଶୀର୍ଷରେ ରହିଛନ୍ତି। ବର୍ତ୍ତମାନ ତାଙ୍କ ସମ୍ପତ୍ତିର ମୂଲ୍ୟ ୯୨ ନିୟୁତ ଡଲାର। ଏହାର ମୂଲ୍ୟ ଭାରତୀୟ ଟଙ୍କାରେ ୬୫୯.୪୧ କୋଟି। ତାଙ୍କ ପଛକୁ ୨ୟ ସ୍ଥାନରେ ରହିଛନ୍ତି ଭେଟେରାନ ଉଇକେଟକିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନୀ। କ୍ରିକେଟର ହେବା ପୂର୍ବରୁ ଟିସି ଭାବେ କାର୍ୟ୍ୟ କରିଥିବା ଧୋନୀଙ୍କ ବର୍ତ୍ତମାନ ସମ୍ପତ୍ତିର ମୂଲ୍ୟ ୭୦ ନିୟୁତ ଡଲାର (୫୦୧.୬୫ କୋଟି)। ଏହି ତାଲିକାରେ ପୂର୍ବତନ ଓପ୍ନର ବୀରେନ୍ଦ୍ର ସେହ୍ବାଗ ଓ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଯୁବରାଜ ସିଂ ୪୦ ନିୟୁତ ଡଲାର ସହ ୩ୟ ଓ ୪ର୍ଥ ସ୍ଥାନରେ ରହିଛନ୍ତି। ଅବସରପ୍ରାପ୍ତ ଗୌତମ ଗମ୍ଭୀର (୨୦ ନିୟୁତ) ତାଲିକାର ୭ମ ସ୍ଥାନରେ ରହିଛନ୍ତି।

ଅଣଭାରତୀୟ କ୍ରିକେଟରଙ୍କ ମଧ୍ୟରେ ଅଷ୍ଟ୍ରେଲିଆର ଶେନ୍ ଓ୍ବାଟ୍ସନ (୩୫) ଶୀର୍ଷରେ ରହିଛନ୍ତି। ପାକିସ୍ତାନ ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦୀ (୩୦ ନିୟୁତ), ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ମାଇକେଲ କ୍ଲାର୍କ (୧୬ ନିୟୁତ), ଓ୍ବେଷ୍ଟଇଣ୍ଡିଜ ଓପ୍ନର କ୍ରିସ୍ ଗେଲ୍ (୧୫ ନିୟୁତ) ଓ ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଏବି ଡି ଭିଲର୍ସ (୧୨ ନିୟୁତ) ଏହି ତାଲିକାରେ ରହିଛନ୍ତି।

Related posts

୫ ଘଣ୍ଟାରେ ବିରାଟଙ୍କ ପୋଷ୍ଟକୁ ୬.୬ ମିଲିୟନ ଲାଇକ୍

Odisha Sports Bureau

କାହିଁକି ସଞ୍ଜୁ ସାମସନ୍ ବଦଳାଇଦେଲେ ମୋବାଇଲ ନମ୍ବର? ଜାଣନ୍ତୁ କାରଣ

Odisha Sports Bureau

କ୍ରିକେଟରୁ ସନ୍ନ୍ୟାସ ନେଲେ ଟେଲର

Odisha Sports Bureau