Cricket

ମହିଳା କ୍ରିକେଟ୍ ଟିମ୍ ପାଇଁ ଖୁସି ଖବର ।

ବାକୁ ଥିବା ୨୦୨୮ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସରେ କ୍ରିକେଟ୍‌ର ଐତିହାସିକ ପ୍ରତ୍ୟାବର୍ତ୍ତନ ପୂର୍ବରୁ ଭାରତୀୟ ମହିଳା କ୍ରିକେଟ୍ ଟିମ୍ ପାଇଁ ଆସିଛି ଖୁସି ଖବର । ପୂର୍ବରୁ ମହିଳା ଟି-୨୦ ବିଶ୍ୱକପ୍ ୨୦୨୬ର ଗ୍ରୁପ୍ ପର‌୍ୟ୍ୟାୟରୁ ବିଦାୟ ନେଇଥିଲେ ମଧ୍ୟ ଭାରତୀୟ ଦଳ ଅଲିମ୍ପିକ୍ସ ୨୦୨୮ ପାଇଁ ନିଜର ଯୋଗ୍ୟତା ଅର୍ଜନ କରିଛି । ତେବେ ଏନେଇ ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ ଏବଂ ଆନ୍ତର୍ଜାତିକ ଅଲିମ୍ପିକ୍ କମିଟି ପକ୍ଷରୁ ଘୋଷିତ ଯୋଗ୍ୟତା ନିୟମ ଅନୁଯାୟୀ ଏସିଆର ସର୍ବୋଚ୍ଚ ସ୍ଥାନରେ ଥିବା ଯୋଗ୍ୟ ଦଳ ଭାବେ ଭାରତ ସ୍ଥାନ ସୁନିଶ୍ଚିତ କରିଛି । ନିୟମ ଅନୁଯାୟୀ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସରେ ପୁରୁଷ ଓ ମହିଳା ବର୍ଗରେ ମୋଟ ୬ଟି ଲେଖାଏଁ ଦଳ ଅଂଶଗ୍ରହଣ କରିବେ । ଯେଉଁଥିରେ ଆଫ୍ରିକା, ଏସିଆ, ୟୁରୋପ ଏବଂ ଓସେନିଆରୁ ଶ୍ରେଷ୍ଠ ଦଳ ସିଧାସଳଖ ଯୋଗ୍ୟତା ହାସଲ କରିବେ ।+

Indian Women's Cricket Team Qualifies For Los Angeles 2028 Olympics |  Cricket News - News18

ଏହି ଆଧାରରେ ଭାରତ ସହ ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟ ସ୍ଥାନ ପକ୍କା କରିଛନ୍ତି । ଗତବର୍ଷ ଘରୋଇ ମାଟିରେ ଦିନିକିଆ ବିଶ୍ୱକପ୍ ଜିତିବା ପରେ ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ଦଳକୁ ଟି-୨୦ ବିଶ୍ୱକପ୍‌ର ଦାବିଦାର ମନେ କରାଯାଉଥିଲା । ଦଳ ପାକିସ୍ତାନ ଓ ନେଦରଲ୍ୟାଣ୍ଡକୁ ପରାସ୍ତ କରିଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆଠାରୁ ପରାଜିତ ହୋଇ ଗ୍ରୁପ୍ ପର‌୍ୟ୍ୟାୟରୁ ବିଦାୟ ନେଇଥିଲା । ଅପରପକ୍ଷରେ ବର୍ତ୍ତମାନର ପୁରୁଷ ଟି-୨୦ ବିଶ୍ୱ ଚାମ୍ପିଅନ୍ ଭାରତୀୟ ଦଳର ଅଲିମ୍ପିକ୍ସ ଯୋଗ୍ୟତା ଏପର‌୍ୟ୍ୟନ୍ତ ସୁନିଶ୍ଚିତ ହୋଇନାହିଁ ।

Related posts

ୱେଷ୍ଟ୍‌ଇଣ୍ଡିଜ୍‌ ବିପକ୍ଷରେ ୭ ୱିକେଟ୍‌ରେ ବିଜୟୀ ହେଲା ଭାରତ

Odisha Sports Bureau

ଇଏ ସେହି ଖେଳାଳୀ, ଯିଏ ବିରାଟ କୋହଲୀଙ୍କୁ ଆଉଟ୍ କରି ପୁରଷ୍କାର ହାତେଇ ଥିଲେ

Odisha Sports Bureau

ହାଇଭୋଲଟେଜ ମ୍ୟାଚରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟକ୍କର

Odisha Sports Bureau