Cricket

ଦ୍ୱିତୀୟ ଦିନିକିଆ, ବିଜୟଧାରା ଅବ୍ୟାହତ ରଖିବା ଲକ୍ଷ୍ୟରେ ଭାରତ

(ଓଡିଶା ସ୍ପୋର୍ଟ): ଆସନ୍ତାକାଲି ନାଗପୁରରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ ଖେଳାଯିବ । ପ୍ରଥମ ଦିନିକିଆ ଜିତିବା ପରେ ଟିମ୍ ଇଣ୍ଡିଆ ମଙ୍ଗଳବାର ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରେ ବିଜୟଧାରା ଅବ୍ୟାହତ ରଖିବା ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇବ। ୱାର୍ଲ୍ଡ କପ୍ ଟିମରେ ସ୍ଥାନ ପାଇବାକୁ ଦାବିଦାର ଥିବା କେତେକ ଖେଳାଳିଙ୍କ ନିମନ୍ତେ ଏହି ମ୍ୟାଚ ଦକ୍ଷତା ପ୍ରମାଣ କରିବାର ଆଉ ଏକ ସୁଯୋଗ ହେବ।

ୱାର୍ଲ୍ଡ କପ୍ ପୂର୍ବରୁ ଭାରତକୁ ଏବେ କେବଳ ଚାରୋଟି ଅନ୍ତର୍ଜାତୀୟ ଦିନିକିଆ ଖେଳିବାକୁ ଅଛି ଏବଂ ସେଥିରେ ପ୍ରଦର୍ଶନ ଭିତ୍ତିରେ ଖେଳାଳି ଚୟନ କରାଯିବ। ଓପ୍ନର ଶିଖର ଧୱନ୍ ହାଇଦ୍ରାବାଦ ଦିନିକିଆରେ ଫେଲ୍ ମାରିଥିଲେ ହେଁ, ତାଙ୍କୁ ଆଉ ଏକ ସୁଯୋଗ ମିଳିପାରେ। ଯଦି ଧୱନ୍ ପୁନର୍ବାର ସୁଯୋଗ ପାଆନ୍ତି, ତାହେଲେ ରାହୁଲଙ୍କୁ ପୁଣିଥରେ ବାହାରେ ବସିବାକୁ ପଡ଼ିବ ।

Related posts

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଶେଇ ଚର୍ଚ୍ଚାରେ ଭାରତୀୟ ଦଳର ଏହି ଖେଳାଳି

Odisha Sports Bureau

ବିରାଟଙ୍କୁ ଦେଖି ଗ୍ୟାଲେରୀରେ ଫ୍ଲାଇଙ୍ଗ କିସ୍ ଉଡIଇଲେ ଅନୁଷ୍କା

Odisha Sports Bureau

ଭାରତ-ୱେଷ୍ଟଇଣ୍ଡିଜ ଟି-୨୦ସିରିଜର ପ୍ରଥମ, ତୃତୀୟ ମ୍ୟାଚର ସ୍ଥାନ ପରିବର୍ତ୍ତନ

Odisha Sports Bureau