Cricket

ବିରାଟ ବର୍ତ୍ତମାନ ସମୟର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ : ଜୋସ ବଟଲର

(ଓଡିଶା ସ୍ପୋର୍ଟ): ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି  ବର୍ତ୍ତମାନ ସମୟର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ । ବିରାଟ ବର୍ତ୍ତମାନ ଜବରଦସ୍ତ ଫର୍ମରେ ଅଛନ୍ତି। ସେ ଲଗାତାର ଶତକ ମାରି ନୂଆ ନୂଆ ରେକର୍ଡ଼ କରି ଚାଲିଛନ୍ତି। ବିଶ୍ୱର ପ୍ରାୟ ପ୍ରତି ଖେଳାଳି ତାଙ୍କ ଭଳି ବ୍ୟାଟିଂ କରିବା ନେଇ ସ୍ୱପ୍ନ ଦେଖୁଛନ୍ତି। ଏମିତି ଜଣେ ବ୍ୟାଟ୍ସମ୍ୟାନ ଅଛନ୍ତି, ଯିଏ କୋହଲିଙ୍କ ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି। ସେ ହେଉଛନ୍ତି ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ ଜୋସ ବଟଲର।

ବଟଲର ଆହୁରି କହିଛନ୍ତି, ବିରାଟଙ୍କ ବ୍ୟାଟିଂ ଅଦ୍ଭୁତ ଏବଂ ମୁଁ ତାଙ୍କ ସ୍ତରର ବ୍ୟାଟିଂ କରିବାକୁ ଚାହେଁ। ମୋତେ ମୋ ଦକ୍ଷତା ଉପରେ ବିଶ୍ୱାସ ଅଛି ଏବଂ ଦିନେ ମୁଁ ନିଶ୍ଚିତ ତାଙ୍କ ସ୍ତରରେ ପହଞ୍ଚିବି। ବିରାଟଙ୍କ ଭଳି ମୁଁ ମଧ୍ୟ ମୋର ମାଇଣ୍ଡ ସେଟ୍ କରିବାକୁ ଚାହେଁ। ବିରାଟ କେବେବି ରନ୍ ପାଇଁ ସନ୍ତୁଷ୍ଟ ହୁଅନ୍ତି ନାହିଁ, ଯେଉଁ କାରଣରୁ ସେ ଏତେ ରନ୍ କରିପାରୁଛନ୍ତି। ସୂଚନାଯୋଗ୍ୟ, ବିରାଟଙ୍କ ନାମରେ ଦିନିକିଆରେ ୪୧ ଏବଂ ଟେଷ୍ଟରେ ୨୫ ଶତକ ରହିଛି। ବିରାଟ ଅନ୍ତର୍ଜାତୀୟ କ୍ରିକେଟରେ ୬୬ ଶତକ ମାରିଛନ୍ତି। ସେ କେବଳ କ୍ରିକେଟ୍ ଭଗବାନ ସଚିନ ତେନ୍ଦୁଲକରଙ୍କଠାରୁ ପଛରେ ଅଛନ୍ତି, ଯିଏ ଅନ୍ତର୍ଜାତୀୟ କ୍ରିକେଟରେ ୧୦୦ ଶତକ ମାରିଛନ୍ତି।

Related posts

ଭାରତ-ନ୍ୟୁଜିଲାଣ୍ଡ ମେସିଫାଇନାଲ ମ୍ୟାଚ୍ ଦେଖିବାକୁ ଆସିବେ ଡେଭିଡ ବେକହମ

Odisha Sports Bureau

ବିରାଟ ବାହିନୀର ବିରାଟ ବିଜୟ

Odisha Sports Bureau

ଜାପାନକୁ ପରାସ୍ତ କରି ସେମିଫାଇନାଲ ଟିକେଟ୍ ହାତେଇଛି ଟିମ୍ ଇଣ୍ଡିଆ

Odisha Sports Bureau