Cricket

ଆଇପିଏଲରେ ସବୁଠାରୁ କନିଷ୍ଠ ଖେଳାଳି ପ୍ରୟାସ ରାୟ ବର୍ମନ

(ଓଡ଼ିଶାସ୍ପୋର୍ଟ):ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଆଇପିଏଲରେ ଡେବ୍ୟୁ କରିଛନ୍ତି ପ୍ରୟାସ ରାୟ ବର୍ମନ। ସେ ସବୁଠାରୁ କନିଷ୍ଠ ଖେଳାଳି ଭାବେ ଆଇପିଏଲରେ ପଦାର୍ପଣ କରିଛନ୍ତି। ମାତ୍ର ୧୬ ବର୍ଷ ଓ ୧୫୭ ଦିନରେ ଆଇପିଏଲରେ ସ୍ଥାନ ପାଇଛନ୍ତି ।
୨୦୧୮ରେ ମୁଜୀବ ମାତ୍ର ୧୭ ବର୍ଷ ଓ ୧୧ ଦିନରେ ଆଇପିଏଲରେ ଡେବ୍ୟୁ କରି ଇତିହାସ ରଚିଥିଲେ। ଏହି ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି ସର୍ଫରାଜ ଖାନ୍ (୧୭ ବର୍ଷ, ୧୭୭ ଦିନ)। ଗତବର୍ଷ ଡିସେମ୍ବରରେ ହୋଇଥିବା ଆଇପିଏଲ ଅକ୍ସନରେ ପ୍ରୟାସଙ୍କୁ ଆରସିବି ୧.୫ କୋଟି ଟଙ୍କାରେ କିଣିଥିଲା। ତେବେ ତାଙ୍କର ମୂଳଦର ମାତ୍ର ୨୦ ଲକ୍ଷ ଟଙ୍କା ଥିଲା।
ବେଙ୍ଗଲର ଦୁର୍ଗାପୁରରୁ ଆସିଥିବା ଏହି ଯୁବ ସ୍ପିନର ଜଣକ ନିଜ ଆଇପିଏଲ ପଦାର୍ପଣରେ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି। ସେ ୪ ଓଭରରେ ୫୬ ରନ୍ ଦେଇ କୌଣସି ସଫଳତା ପାଇନାହାନ୍ତି। ସେ ଗତ ବିଜୟ ହଜାରେ ଟ୍ରଫିରେ ଚମତ୍କାର ପ୍ରଦର୍ଶନ କରି ୯ ମ୍ୟାଚରେ ୧୧ ୱିକେଟ ହାସଲ କରିଥିଲେ। ଏହାଛଡ଼ା ସେ ସୟଦ ମୁସ୍ତାକ ଅଲି ଟି-୨୦ରେ ମଧ୍ୟ ୭.୧୧ ଇକୋନୋମୀ ରେଟରେ ରନ ଦେଇ ବେଶ ପ୍ରଭାବିତ କରିଥିଲେ।

Related posts

ସଚିନଙ୍କୁ ପଛରେ ପକାଇ ବିରାଟ ହାସଲ କରିଛନ୍ତି ଗୌରବ

Odisha Sports Bureau

ଟିମ ଇଣ୍ଡିଆର ପ୍ରାକ୍ଟିସ ଜର୍ସି ରଙ୍ଗକୁ ଦେଖି ରାଗିଲେ ମମତା ବାନାର୍ଜୀ

Odisha Sports Bureau

ଆଜି ବୀରେନ୍ଦ୍ର ସେହେୱାଗଙ୍କ ୪୦ତମ ଜନ୍ମଦିନ

Odisha Sports Bureau