Cricket

ବିଶ୍ୱକପ ପାଇଁ ନ୍ୟୁଜିଲ୍ୟାଣ୍ଡ ଦଳ ଘୋଷିତ

(ଓଡ଼ିଶାସ୍ପୋର୍ଟ):ଇଂଲଣ୍ଡରେ ହେବାକୁ ଥିବା ଆଇ ସି ସି ବିଶ୍ୱକପ୍ପା ଇଁ ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଟିମ ଭାବେ ୧୫ ଜଣିଆ ଦଳର ଘୋଷଣା କରିଛି। ଏହି ଟିମର ନେତୃତ୍ୱ ନେବେ କେନୱିଲିୟମସନ। ତେବେ ସବୁଠାରୁ ସରପ୍ରାଇଜ କଥା ହେଉଛି ଟିମରେ ସିଫର୍ଟ ଙ୍କ ବଦଳ ରେ ୱିକେଟ କିପର ଟମ ବ୍ଲଣ୍ଡେଲଙ୍କୁ ସାମିଲ କରାଯାଇଛି। ଯଦି ବ୍ଲଣ୍ଡେଲ ବିଶ୍ୱକପର ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଆନ୍ତି, ତାହେଲେ ଏହା ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ ହେବ। ସେ ନିୟମିତ ୱିକେଟ କିପର ଟମ ଲାଥମଙ୍କ ବ୍ୟାକ ଅପ ଭାବେ ରହିବେ। ପୂର୍ବରୁ ଟିମ୍ସି ଫର୍ଟ ୱିକେଟ କିପର ଭାବେ ଟିମ ରେ ସାମିଲ ଥିଲେ ।କିନ୍ତୁ ଅଙ୍ଗୁଳିରେ ଆଘାତ କାରଣରୁ ସିଫର୍ଟ ଟିମରୁ ବାହାରେ ଅଛନ୍ତି। ଟିମର ବ୍ୟାଟିଂ ବିଭାଗ ବେଶ ମଜଭୁତ । ଓ ପ୍ନର ଭାବେ ମାର୍ଟିନ୍ଗପ୍ଟିଲ ଓ ହେନରୀନିକୋଲ୍ସନିଜନିଜରସ୍ଥାନବଜାୟରଖିଛନ୍ତି।ଏହାପରେୱିଲିୟମସନ୍, କଲିନ୍ମୁନରୋ, ଲାଥମ, ଭେଟେରାନ୍ରସଟେଲର ମଧ୍ୟ କ୍ରମସ ମ୍ଭାଳିବେ। ଅଲରାଉଣ୍ଡ ର ଭୂମିକା ତୁଲାଇ ବେକଲିନ୍ଡି’ ଗ୍ରାଣ୍ଡହୋମ୍ ଓ ଜେମ୍ସନିଶାମ।ଟିମ୍ସାଉଦି, ଟ୍ରେଣ୍ଟବୋଲ୍ଟ, ମ୍ୟାଟ୍ହେନରୀଓ ଲକି ଫର୍ଗୁସନ୍ପେସ୍ବ୍ୟାଟେରୀ ସମ୍ଭାଳିବେ। ସ୍ପିନର ଭୂମିକା ତୁଲାଇବେ ମିଚେଲ ସାଣ୍ଟନରଓ ଇଶସୋଢୀ ।ବିଶ୍ୱକପରେ ନ୍ୟୁଜିଲ୍ୟାଣ୍ଡତା ’ର ଅଭିଯାନ ଜୁନ୍୧ତାରିଖରେ ଶ୍ରୀଲଙ୍କା ବିପକ୍ଷରେ ଆରମ୍ଭ କରିବ।
ନ୍ୟୁଜିଲ୍ୟାଣ୍ଡଦଳ: କେନ୍ୱିଲିୟମସନ୍ (ଅଧିନାୟକ), ଟମ୍ବ୍ଲଣ୍ଡେଲ, ଟ୍ରେଣ୍ଟବୋଲ୍ଟ, କଲିନ୍ଡି’ଗ୍ରାଣ୍ଡହୋମ, ଲକିଫର୍ଗୁସନ୍, ମାର୍ଟିନ୍ଗପ୍ଟିଲ, ମ୍ୟାଟ୍ହେନରୀ, ଟମ୍ଲାଥମ, କଲିନ୍ମୁନରୋ, ଜେମ୍ସନିଶାମ, ହେନରୀନିକୋଲ୍ସ, ମିଚେଲସାଣ୍ଟନର, ଇଶସୋଢୀ, ଟିମ୍ସାଉଦି, ରସଟେଲର।

Related posts

ଆଜି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ୱିତୀୟ ଦିନିକିଆ

Odisha Sports Bureau

ଆଜି ଇତିହାସ ରଚିଥିଲେ ସଚିନ

Odisha Sports Bureau

ସଚିନ ଓ କପିଲ ଦେବଙ୍କ ଧାଡ଼ିରେ ଠିଆ ହେଲେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା