Cricket

ବିଶ୍ୱକପ୍ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷିତ

(ଓଡିଶା ସ୍ପୋର୍ଟ): ଆଜି ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ବିସିସିଆଇ ଚୟନକମିଟି ଅଧ୍ୟକ୍ଷ ଏମଏସକେ ପ୍ରସାଦ ଓ ସମ୍ପାଦକ ଅମିତାଭ ଚୌଧୁରୀଙ୍କ ଦ୍ୱାରା ଆୟୋଜିତ ପ୍ରେସ କନଫରେନ୍ସ ଦ୍ୱାରା ବିଶ୍ୱକପ୍ ପାଇଁ ଏହି ୧୫ ଜଣିଆ ଦଳର ଘୋଷଣା କରାଯାଇଛି।

ଟିମର ଅଧିନାୟକ ଭାବେ ବିରାଟ କୋହଲି ରହିଥିବା ବେଳେ ଉପ ଅଧିନାୟକ ଭାବେ ରୋହିତ ଶର୍ମା ସହଯୋଗ କରିବେ। ଭାରତୀୟ ଦଳରେ ବିଜୟ ଶଙ୍କର, ଲୋକେଶ ରାହୁଲ ଏବଂ ଦିନେଶ କାର୍ତ୍ତିକଙ୍କୁ ସାମିଲ୍ କରାଯାଇଛି। ତେବେ ଯୁବ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କୁ ନିରାଶ ହେବାକୁ ପଡ଼ିଛି।

ଆଇପିଏଲରେ ଭଲ ପ୍ରଦର୍ଶନ ଆଧାରରେ ରାହୁଲଙ୍କ ଚୟନ କରାଯାଇଛି। ରାହୁଲଙ୍କ ଚୟନ ଦ୍ୱାରା ଭାରତୀୟ ଦଳର ଚତୁର୍ଥ ସ୍ଥାନ ଚିନ୍ତା ପ୍ରାୟତ ଦୂର ହୋଇଛି।

ଦଳରେ ତିନି ସ୍ପିନର ଯଥା କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ ଓ ରବୀନ୍ଦ୍ର ଜାଡେଜାଙ୍କ ସାମିଲ୍ କରାଯାଇଛି। ଦଳର ନିୟମିତ ତଥା ପ୍ରଥମ ପସନ୍ଦର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ଫେରିଛନ୍ତି।

ବିଶ୍ୱକପ୍ ପାଇଁ ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପଅଧିନାୟକ), ଶିଖର ଧୱନ୍, ଲୋକେଶ ରାହୁଲ୍, ବିଜୟ ଶଙ୍କର, ମହେନ୍ଦ୍ର ସିଂହ ଧୋନି (ୱିକେଟକିପର), କେଦାର ଯାଦବ, ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଭୁବନେଶ୍ୱର କୁମାର, ଜସପ୍ରୀତ ବୁମ୍ରା, ରବୀନ୍ଦ୍ର ଜାଡେଜା ଓ ମହମ୍ମଦ ଶାମି ।

Related posts

ରମାକାନ୍ତ ଆଚରେକରଙ୍କ ଦେହାନ୍ତରେ କଳା ବ୍ୟାଣ୍ଡ ପିନ୍ଧି ସମ୍ମାନ ଜଣାଇଲେ, ଭାରତୀୟ ଟିମ୍

Odisha Sports Bureau

ଆଘାତ ସହ ସଂଘର୍ଷ କରୁଥିବା ମୁମ୍ବାଇ ଦଳକୁ ରିଲିଫ୍; ୫ ବର୍ଷ ପରେ ଫେରିଛନ୍ତି ଶ୍ରେୟସ୍ ଆୟର

Odisha Sports Bureau

୨୦୨୫ ଏସିଆ କପ ପାଇଁ ଭାରତୀୟ ଦଳ ଘୋଷଣା

Odisha Sports Bureau