Cricket

ଅବସରକୁ ନେଇ ମୁହଁ ଖୋଲିଲେ ଧୋନି

(ଓଡ଼ିଶା ସ୍ପୋର୍ଟ):  କ୍ୟାପଟେନ କୁଲ ମହେନ୍ଦ୍ର ସିଂ ଧୋନିଙ୍କ ଅବସର ନେଇ ହେଉଥିବା ଚର୍ଚ୍ଚା ଦିନକୁ ଦିନ ବଢିଚାଲିଛି । ବିଶ୍ୱକପ ୨୦୧୯ରେ ଧିମା ବ୍ୟାଟିଂ ପାଇଁ ସମାଲୋଚନାର ଶିକାର ହେଉଥିବା ମହେନ୍ଦ୍ର ସିଂହ ଧୋନି ଏ ସମ୍ପର୍କରେ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି।
ଆଜି ଭାରତ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ ଖେଳୁଥିବା ଧୋନି ଏକ ଭାବପ୍ରବଣ ମନ୍ତବ୍ୟ ଦେଇଛନ୍ତି। ଏବିପି ନ୍ୟୁଜ୍ର କ୍ରିକେଟ୍ ୱେବସାଇଟ୍ ‘ୱାହ କ୍ରିକେଟ୍.କମ୍’ରେ ଏ ସମ୍ପର୍କିତ ଖବର ପ୍ରକାଶ ପାଇଛି।
ଧୋନି କ୍ଷୋଭର ସହିତ କହିଛନ୍ତି, “ମୁଁ ଜାଣିନି ମୁଁ କେବେ ଅବସର ନେବି। କିନ୍ତୁ କିଛି ଲୋକ ମୁଁ ଚଳିତ ବିଶ୍ୱକପ୍ର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ ପୂର୍ବରୁ ହିଁ ଅବସର ନେଇଯାଏ ବୋଲି ଚାହୁଁଛନ୍ତି। ଅବସର ନେବାର ସମୟ ଆସିଲେ, ମୁଁ ନିଜେ ଏ ସମ୍ପର୍କରେ ଘୋଷଣା କରିବି।”
ଜଣେ ବିସିସିଆଇ ଅଧିକାରୀ ନିଜ ନାଁ ଗୋପନ ରଖି କହିଛନ୍ତି, “ଆମେ ଜାଣିନୁ ଧୋନିଙ୍କ ମନରେ କ’ଣ ଚାଲିଛି। କିନ୍ତୁ ବିଶ୍ୱକପ୍ ପରେ ଯେ ଭାରତ ପକ୍ଷରୁ କ୍ରିକେଟ୍ ଖେଳିବେ, ତା’ର ସମ୍ଭାବନା କମ୍। ଯେହେତୁ ଧୋନି ଅପ୍ରତ୍ୟାଶିତ ଢଙ୍ଗରେ ୩ଟି ଯାକ ଫର୍ମାଟର ଅଧିନାୟକ ପଦ ଛାଡ଼ିଲେ, ତେଣୁ ଏବେ ସେ କେମିତି କ୍ରିକେଟକୁ ଅଲବିଦା କହୁଛନ୍ତି, ସେକଥା ପୂର୍ବରୁ ଆକଳନ କରାଯିବା ସମ୍ଭବ ନୁହେଁ।”
୨୦୨୦ରେ ଟି-୨୦ ବିଶ୍ୱକପ୍ ହେବ। ଏହାକୁ ଦୃଷ୍ଟିରେ ରଖି ଧୋନି ତାଙ୍କର ‘ଅବସର’ ନିଷ୍ପତ୍ତି ଖୁବଶୀଘ୍ର ଜଣାଇବେ ବୋଲି କୁହାଯାଉଛି।

Related posts

ରୋମାଞ୍ଚକର ସ୍ଥିତିରେ ଭାରତ-ଅଷ୍ଟ୍ରେଲିଆ ମେଲବର୍ଣ୍ଣ ଟେଷ୍ଟ

Odisha Sports Bureau

ଧୋନୀ ବିରାଟଙ୍କ ନେତୃତ୍ୱକୁ ନେଇ ପୁଣି ଚର୍ଚ୍ଚା

‘ପ୍ରିନ୍ସ ସଲିମ ସିକ୍ସର୍‌’ ଦୁରାନୀଙ୍କ ପରଲୋକ