Cricket

ଭାରତ ଓ ଶ୍ରୀଲଙ୍କା ମ୍ୟାଚ ପରେ ଅବସର ନେବେ ଇଆନ ଗୋଲ୍ଡ

(ଓଡ଼ିଶା ସ୍ପୋର୍ଟ) : ଆଜି ଇଂଲଣ୍ଡ ଅମ୍ପାୟର ଇଆନ ଗୋଲ୍ଡ ଅବସର ନେବେ। ଏ ନେଇ ଆଇସିସି ପକ୍ଷରୁ ସୂଚନା ଦିଆଯାଇଛି। ଗୋଲ୍ଡ ବିଶ୍ବକପ କ୍ରିକେଟର ଆଜି ଲିଡ୍ସରେ ଚାଲିଥିବା ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ମ୍ୟାଚ ପରେ ଅବସର ନେବେ। ଗୋଲ୍ଡ ଅମ୍ପାୟରିଂ କ୍ୟାରିୟରରେ ୭୪ ଟେଷ୍ଟ ଓ ଭାରତ-ଶ୍ରୀଲଙ୍କା ମ୍ୟାଚ୍କୁ ମିଶାଇ ୧୪୦ ଦିନିକିଆ ପରିଚାଳନା କରିଛନ୍ତି। ଗୋଲ୍ଡ ୪ର୍ଥ ଥର ପାଇଁ ଆଇସିସି ବିଶ୍ୱକପ୍ରେ ଅମ୍ପାୟର ଦାୟିତ୍ୱ ତୁଲାଉଛନ୍ତି। ସେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ୨୦୧୧ ବିଶ୍ୱକପ୍ ସେମିଫାଇନାଲ ମଧ୍ୟ ଅମ୍ପାୟରିଂ କରିଥିଲେ।

Related posts

ଲାଗାତାର ୧୦୦ ଟେଷ୍ଟ ଖେଳି ଇତିହାସ ରଚିଲେ ଲିୟନ

ନୂଆ ବର୍ଷରେ ନୂଆ ବିଜୟର ଖାତା ଖୋଲିଛି ଭାରତ

Odisha Sports Bureau

ଆଇପିଏଲରେ ଆପଲ୍ ସିଇଓ

Odisha Sports Bureau